No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ବରଗଡ଼ :- ସମ୍ବଲପୁରୀ ବସ୍ତ୍ରାଳୟର ର ମୁଖ୍ୟ କାର୍ଯ୍ୟାଳୟ ନିକଟ ଗୋବିନ୍ଦ ପାଲି ରୋଡ଼ ରେ ବସ୍ତ୍ରାଳୟର ମେଗା ସୋ ବରଗଡ଼(ବିକ୍ରୟ କେନ୍ଦ୍ର) କୁ ଆଜି ରାଜ୍ୟ ହସ୍ତତନ୍ତ ,ବୟନ ଶିଳ୍ପ ହସ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ବିଶାଳ ବିକ୍ରୟ କେନ୍ଦ୍ର ୨୮୦୦ ବର୍ଗ ଫୁଟ ପରିଧି ମଧ୍ୟରେ ନିର୍ମିତ ହୋଇଛି। ଏହା ନିର୍ମାଣ ପାଇଁ ୧୭୭.୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।
ସେଥିମଧ୍ୟରୁ ୧୩୩.୦୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଙ୍କ ହସ୍ତତନ୍ତ ବିକାଶ ଯୋଜନା ରୁ ଖର୍ଚ୍ଚ ହୋଇଥିବା ବେଳେ ୪୪.୩୫ ଲକ୍ଷ ଟଙ୍କା ସମିତିର ନିଜସ୍ଵ ପାଣ୍ଠି ରୁ ଖର୍ଚ୍ଚ ହୋଇଛି । ଏହି ସୋ ରୁମରେ ବାର୍ଷିକ ୫ ରୁ ୭ କୋଟି ଟଙ୍କା ର ଲୁଗା ବିକ୍ରୟ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ,ସମ୍ବିତ ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶକ ସମ୍ବଲପୁରୀ ବସ୍ତ୍ରାଳୟ ଶିଶିର କୁମାର ନାଗ, ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ, ବାଣିଜ୍ୟ ଅଧିକାରୀ ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result