No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଗଡ ତଥା ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ଅଧୁନା ବିକାଶ ଦିଗରେ ଅଗ୍ରସର ହେବା ସହ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକୃତ ହେବା ଲକ୍ଷ୍ୟ ରଖି ନିରନ୍ତର ପ୍ରୟାସ ଜାରି ରଖିଛି । ସ୍ୱଚ୍ଛତା କ୍ଷେତ୍ରରେ ସ୍ୱଚ୍ଛ ଗଞ୍ଜାମ ସୁନ୍ଦର ଗଞ୍ଜାମର ବାର୍ତ୍ତା ବହନ କରି ଜିଲ୍ଲା ସମେତ ସାରା ରାଜ୍ୟରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୧ ଶୀର୍ଷ ସ୍ଥାନ ହାସଲ କରିବା ମୁଖ୍ୟ ଲକ୍ଷ୍ୟ ରଖିଛି । ସହରର ସୌନ୍ଦର୍ଯ୍ୟକରଣ ସହ ସ୍ୱଚ୍ଛତା କ୍ଷେତ୍ରରେ ଉତ୍କର୍ଷତା ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ହିଞ୍ଜିଳିକାଟୁ ପୌରପାଳିକା । ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବହୁ ଉଚ୍ଚ ପଦାଧିକାରୀ ସହରର ସ୍ୱଚ୍ଛତା ପାଇଁ ଗ୍ରହଣ ହୋଇଥିବା ପଦକ୍ଷେପ ଓ ପ୍ରକଳ୍ପ ସ୍ଥଳୀକୁ ପରିଦର୍ଶନ କରି ଖୁସିବ୍ୟକ୍ତ କରି ଫେରୁଥିବା ନଜିର ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ,ଛତ୍ରପୁର ସୁଦାମ ଚରଣ ମଣ୍ଡଳ ଏବଂ ପୌର ପ୍ରଶାସକ ଲିନା କୁମାରୀ ଖେସଙ୍କ ସୁଚିନ୍ତିତ ଦିଗଦର୍ଶନ ସହ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ନିରନ୍ତର ପ୍ରଚେଷ୍ଟା ସ୍ୱଚ୍ଛତା କ୍ଷେତ୍ରରେ ସହରର ପରିବେଶ ରୁଦ୍ଧିମନ୍ତ ହୋଇଛି ।

ପୋୖରାଞ୍ଚଳର କ୍ରମବର୍ଦ୍ଧିଷ୍ଣୁ ଜନତାଙ୍କ ଆବଶ୍ୟକତା ପୂରଣ ପାଇଁ ପୌର ପାଳିକା ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ସହରବାସୀ ତଥା ଅଞ୍ଚଳର ପାଇଖାନା ଗୁଡିକର ମଳ ନିଷ୍କାସନ ପାଇଁ ପୌର ପାଳିକା ପକ୍ଷରୁ ୧୪ ଲକ୍ଷ ଟଙ୍କା ବ୍ୟୟରେ ଆଉ ଏକ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ନୂତନ ମଳ ନିଷ୍କାସନ ଗାଡି ଓ ପାନୀୟ ଜଳଯୋଗାଣ ଗାଡି ତଥା ବର୍ତ୍ତମାନ ସ୍ଥିତିରେ ସହରର ସୈନ୍ଦଯ୍ୟକରଣର ସକାଶେ ସହରର ବିଭିନ୍ନ ପ୍ରାନ୍ତରରେ ଚାରା ରୋପଣ କରାଯାଇଛି । ରୋପଣ ତାରାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପ୍ରତ୍ୟହ ଜଳ ଯୋଗାଣର ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରି ୫ ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ ଗାଡ଼ିର ଲୋକାର୍ପଣ କରାଯାଇଛି । ଏହି ଉପଲକ୍ଷେ ବୁଧବାର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ କ୍ଷୁଦ୍ର ଅଣୁ ଜୈବ କେନ୍ଦ୍ର ଓ କ୍ଷୁଦ୍ର ପୁନର୍ଗଠନ ଓ ପୁନଃପ୍ରକ୍ରିୟା କରଣ କେନ୍ଦ୍ର ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଗହଣରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ମଳ ନିଷ୍କାସନ ଗାଡି ଓ ପାନୀୟ ଜଳଯୋଗାଣ ଗାଡ଼ିକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପରିମଳ ଅଧିକାରୀ ଅଭିଜିତ ପୁରୋହିତ,ଛବି ପଣ୍ଡା,ଇ କିଶନ କୁମାର ପାତ୍ରଙ୍କ ସମେତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result