No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଦେଢ଼ ମାସର ଶିଶୁଙ୍କ ପାଇଁ ପିସିଭି ଟୀକାକରଣ ଆରମ୍ଭ ହୋଇଯାଇଛି l ସ୍ଵାସ୍ଥ୍ୟସେବା ନିର୍ଦ୍ଧେଶକ ଡ:ବିଜୟକୁମାର ମହାପାତ୍ର ଏହାର ଉଦଘାଟନ କରିଥିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ଏହି ଟୀକାକୁ ସାମିଲ କରାଯାଇଛି । ଏହି ନିମୋକୋକାଲ କଂଞ୍ଜୁଗେଟ ଭ୍ୟାକସିନ(ପିସିଭି ) ପିଲାଙ୍କୁ ନିମୋନିଆ ଏବଂ ମସ୍ତିସ୍କ ସଂକ୍ରମଣ ରୁ ସୁରକ୍ଷିତ ରଖିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହା ଯାଇଛି ।

ପ୍ରଥମ ଡ଼ୋଜ ଦେଢ଼ ମାସରେ, ଦ୍ଵିତୀୟ ଡୋଜ ଇଞ୍ଜେକ୍ସନ ସାଢ଼େ ତିନି ମାସ ରେ ଏବଂ ବୁଷ୍ଟର ଡୋଜ ନଅ ମାସ ବୟସରେ ଦିଆଯିବ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଧେଶକ ଡ:ମହାପାତ୍ର କହିଛନ୍ତି । ଉଦଘାଟନୀ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପି.କେ.ପାତ୍ର, ଏଡିଏମ୍ ଡ:ଏମ୍.ଏସ.ମୁନୀର, ଡିଏମ୍ଓପି. କେ.ପଣ୍ଡା, ଡିପିଏଚ୍ଓଡ:ଏମ୍.ଏମ୍.ଅଲ୍ଲୀ, ଡିପିଏମ୍ . ଏସ. ଆର. ଗୌଡ଼ ଉପସ୍ଥିତ ଥିଲେ । ଏଏନ୍ଏମ୍ ଶାନ୍ତି ବିଶ୍ଵାଳ, ଶ୍ରୀମତୀ ସଂତୋଷୀନି ଜେନା ଶିଶୁ ମାନଙ୍କୁ ଟୀକା ଦେଇଥିଲେ l ଆଜି ମୋଟ ୮ଜଣ ଶିଶୁଙ୍କୁ ପିସିଭିଟୀକା ଦିଆଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ l (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result