No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜଙ୍କ ବିୟୋଗରେ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସାଂସଦ ଶ୍ରୀ ପିନାକୀ ମିଶ୍ର କହିଛନ୍ତି ଯେ ସେ ଏକ ଆଗଧାଡିର ସାମ୍ବାଦିକ ଓ ସ୍ତମ୍ବକାର ତଥା ବିଶିଷ୍ଟ ଲେଖକ ଙ୍କୁ ରାଜ୍ୟବାସୀ ହରାଇଛନ୍ତି । ତାଙ୍କ ବିୟୋଗ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ।
ସେ ଏକ ସାମ୍ବାଦିକ ହେବା ସହ କେତେକ ରାଜନୈତିକ ପୁସ୍ତକ ଲେଖି ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ବର୍ଗତ ଶ୍ରୀ ମଙ୍ଗରାଜ ଙ୍କ ଭଳି ଏକ ମହାନ ଆତ୍ମା ଙ୍କ ବିୟୋଗ ତାଙ୍କୁ ମ୍ରିୟମାଣ କରିପକାଇଛି । ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣା ଜନିତ ଆକସ୍ମିକ ବିୟୋଗରେ ମୁଁ ଗଭୀର ମର୍ମାହତ ।
ସାମ୍ବାଦିକତାରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଥିଲା । ତାଙ୍କର ଏଭଳି ଅକାଳ ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ସ୍ଥାନ ଖାଲି ପଡ଼ିଲା । ସାଂସଦ ଶ୍ରୀ ପିନାକୀ ମିଶ୍ର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
No Result
View All Result