No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) କୋରାଇ :- ବହୁ ପ୍ରତିକ୍ଷିତ ମାଟ୍ରିକ ପରୀକ୍ଷାର ଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇଛି । ପରୀକ୍ଷାଫଳ ହସ୍ତଗତ ମଧ୍ୟରେ ଶଙ୍ଖଚିଲାର ଶୁଭାଞ୍ଜଳି ଓ ବରୁଣ୍ଡେଇର ଶୁଭଲକ୍ଷ୍ମୀ ୯୦ପ୍ରତିଶତ ରଖି ଏବ-୧ରେ ପାସକରି ଅଂଚଳପାଇ ଗୌରବା ଆଣିଛନ୍ତି ଦୁଇ ଛାତ୍ରୀ । ସୂଚନା ଅନୁଯାୟୀ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭାଞ୍ଜଳି ସାହୁ ମୋଟ ୫୪୪ (୯୦.୬%) ନମ୍ବର ରଖି ପାସ୍ କରିଛନ୍ତି । ସେ ଖମଣ ପଂଚାୟତ ଅନ୍ତର୍ଗତ ଠାକୁରପାଟଣା ଗ୍ରାମର ଦୀପକ କୁମାର ସାହୁଙ୍କ ଝିଅ ଅଟନ୍ତି ।

ସେହିପରି ବରୁଣ୍ଡେଇ ସ୍ଥିତ ପଂଚାୟତ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ମୋଟ ୫୪୦(୯୦%)ନମ୍ବର ରଖି ବିଦ୍ୟାଳୟ ପାଇ ଗୌରବ ଆଣିଛନ୍ତି । ସେ ହଳଦିଗଡିଆ ପଂଚାୟତ ଅନ୍ତର୍ଗତ ଶାଳକଣା ଗ୍ରାମର ସ୍ୱର୍ଗତ ଅଶୋକ କୁମାର ସାହୁ ଓ ମମତା ସାହୁଙ୍କ ଝିଅ ଅଟନ୍ତି । କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସମେତ ସହପାଠୀ ଶୁଭେଚ୍ଛା ଜଣାଯାଇଥିଲା ବେଳେ ଖମଣପଂଚାୟତର ସରପଂଚ ସୁଶାନ୍ତକୁମାର ସାହୁ, ‘ମୋସ୍କୁଲ ଅଭିଯାନ’ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ବରୁଣ୍ଡେ ସରପଂଚ ସୌଭାଗ୍ୟକୁମାର ମହାନ୍ତି, ସମିତିସଭ୍ୟା ଜୟନ୍ତୀ ସାହୁଙ୍କ ସମେତ କୋରାଇ ଶିକ୍ଷାମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ( ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result