No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜ଼ିଲ୍ଲାରେ ଗଞ୍ଜେଇ ମାଫିଆ ଙ୍କ ଦୌରାତମ୍ୟ ଦିନକୁ ଦିନ ବଢିବାରେ ଲାଗିଛି l ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ତରବାଙ୍ଗ ଛକ ନିକଟରେ ଗୁରୁବାର ପୋଲିସ ଯାନବାହନ ଯାଞ୍ଚ କଲା ବେଳେ ଏକ ଟାଟା ୧୧୦୯ ଟ୍ରକ ନଂ BR ୧୯ F ୧୨୫୦ ରୁ ୧୦ ଟି ଜରି ବ୍ୟାଗ ରୁ ୩୩୨ କେ.ଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଏହାସହ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବିହାରର ନିଜରୁଦ୍ଦିନ ଅନସାରୀ ଏବଂ କାଶୀନାଥ ସିଂକୁ ଗିରଫ କରିଛି l
ପୋଲିସର ସୂଚନା ପ୍ରକାରେ ଟ୍ରକଟି କିଛି ସାମଗ୍ରୀ ନେଇ ବିହାରରୁ କଟକ ଆସିଥିବାବେଳେ କେବଳ ଗଞ୍ଜେଇ ଚାଲାଣ କରିବା ପାଇଁ ଗଜପତି ଜ଼ିଲ୍ଲାକୁ ଆସିଥିଲା। ପୋଲିସ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result