No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ , ଗୁରୁବାର ) ପାରଳାଖେମୁଣ୍ଡି :- ଗୁରୁବାର ଦିନ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ବିନା ଭକ୍ତ ଓ ୧୪୪ ଧାରା ବଳବତ୍ତର ମଧ୍ୟରେ ପାଳିତ ହେବ ବୋଲି ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡି ଠାରେ ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଦେବସ୍ନାନ ମଣ୍ଡପ ନୂତନ ଭାବେ ନିର୍ମିତ ହୋଇ ସୋମବାର ଦିନ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଲକ୍ଷ୍ୟରେ ରଖି ଏହି ମଣ୍ଡପକୁ ଆଗୁଆ ଭାବେ ନିର୍ମାଣ କରାଯାଇଛି ।
ବର୍ତ୍ତମାନ କରୋନା କଟକଣକଣାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି ହୋଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେଉଥିବା ଏହି ସ୍ନାନଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତ ବା ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମୁଥିଲା । କିନ୍ତୁ ଗତ ବର୍ଷ ଠାରୁ କରୋନା କଟକଣା ଯୋଗୁଁ କେବଳ ରୀତିନୀତିରେ ପାଳିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ । ଚଳିତ ବର୍ଷ ଭକ୍ତ ବା ଶ୍ରଦ୍ଧାଳୁଙ୍କ ଭିଡ ଜମିବାର ଆଶଙ୍କା କରି ଏପରି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ଦିନ ସକାଳ ୬ଘଣ୍ଟା ଠାରୁ ରାତ୍ର ୧୦ଘଣ୍ଟା ପର୍ଯ୍ୟନ୍ତ ଜଗନ୍ନାଥ ମିନ୍ଦିର ପରିସରର ୧୦୦ ମିଟର ଚତୁପାଶ୍ୱର୍ରେ ଏହି ୧୪୪ଧାରା ଲାଗୁ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏଥିରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ତୁଲାଇବେ ବୋଲି ମଧ୍ୟ ଜଣାପଡିଛି ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result