No Result
View All Result
ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିବାରୁ ସବୁ ରାଜନୈତିକ ଦଳ ଆପତ୍ତି କରିଥିଲେ ମଧ୍ୟ ବିଜେଡି ଏଥିରେ କୌଣସି ଆପତ୍ତି ଅଭିଯୋଗ କରିନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) ଭୁବନେଶ୍ୱର :- କରୋନା ଟିକାକରଣ କାର୍ଯ୍ୟକ୍ରମରେ ଫଟୋ ଲଗାଇବାକୁ ନେଇ ବିଜେପି- ବିଜେଡି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅପରାଜିତା ଆଜି ଏକ ଟ୍ୱିଟ କରି କହିଥିଲେ, ବାହାରୁ ଟିକା କିଣିବାରେ ଓଡ଼ିଶା ବିଫଳ ହେଲା ।
ତେଣୁ ବିପଦ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ରାଜ୍ୟ ସରକାର ଟିକା କେନ୍ଦ୍ର ଗୁଡିକରେ ପ୍ରାଥମିକତା ଭିତ୍ତିରେ ସ୍ଥାନ ଦେବା କଥା । ହେଲେ ଅସୁରକ୍ଷା ଓ ହୀନମନ୍ୟତା ଦୃଷ୍ଟିରୁ ଏଭଳି କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଏହା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି କହିଥିଲେ, ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ଆପତ୍ତି କରିଥିଲେ । ହେଲେ ବିଜେଡି ଏଥିରେ କୌଣସି ଆପତ୍ତି ଅଭିଯୋଗ କରିନାହିଁ। ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏହା ଏକ ଜାତୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ରାଜ୍ୟଗୁଡିକ ଉପରେ ଜୋରଜବଦସ୍ତ ଲଦିଦେବା ପରେ ପୁଣି ପ୍ରତ୍ୟାହାର କରାଗଲା ବୋଲି ସେ କହିଛନ୍ତି ।
ସେ ଆହୁରୀ କହିଛନ୍ତି, ଏବେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ କୋଭିଡ ସଚେତନ ବାର୍ତ୍ତା ପ୍ରଚାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ । ସିଧାସଳଖ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଇଙ୍ଗିତ କରି ଏହା ତାଙ୍କର ରାଜନୈତିକ ଅସୁରକ୍ଷା ଓ ହୀନ ରାଜନୀତି ବୋଲି ସେ ସମାଲୋଚନା କରିଛନ୍ତି ।
No Result
View All Result