No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରୀପାଠୀଙ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ପ୍ରଦାନ କରାଯାଇଛି । ଫାଉଣ୍ଡେସନ୍ ଓ ବ୍ୟାଙ୍କ ତରଫରୁ ଓଡ଼ିଶା ଜୋନ୍ର ମୁଖ୍ୟ ଶ୍ରୀ ପ୍ରଦୋଷ ରଞ୍ଜନ ରାଉତ, ଆଞ୍ଚଳିକ ମୁଖ୍ୟ, ସରକାରୀ ବ୍ୟାଙ୍କିଂ, ଓଡ଼ିଶା ଶ୍ରୀ ଅରୂପ କୁମାର ମହାପାତ୍ର ଓ ଶ୍ରୀ ଅରୁଣ କୁମାର ମିଶ୍ର ଏହି ଉପକରଣକୁ ପ୍ରଦାନ କରିଥିଲେ ।

କୋଭିଡ୍ ଚିକିତ୍ସା ନିମନ୍ତେ ପଶ୍ଚିମ ଓଡ଼ିଶାର ବହୁଳ ଭାବେ ପ୍ରଭାବିତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏହି କନ୍ସେନ୍ଟ୍ରେଟରଗୁଡ଼ିକ ପଠାଇ ଦିଆଯିବ । ପ୍ରତି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ୧୦ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡ଼ିକୁ ହସ୍ପିଟାଲ୍ ଗୁଡ଼ିକରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି । ଆଗକୁ ବ୍ୟାଙ୍କ ତରଫରୁ ଏପରି ଅଧିକ ଉପକରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଉତ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
No Result
View All Result