No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳଖେମୁଣ୍ଡି :- ଓଡିଶା ଫାର୍ମାସିଷ୍ଟ ସେବା ରାଜ୍ୟ ସଂଘର ଡାକରା କ୍ରମେ ଗଜପତି ଜିଲ୍ଲାରେ ମଧ୍ୟ ଫାର୍ମାସିଷ୍ଟମାନେ ଗତ ୧୦ ତାରିଖ ଠାରୁ କଳାବ୍ୟାଜ୍ ପରିଧାନ କରି ଦାୟିତ୍ୱ ତୁଲାଉଥିଲେ । ଏପରି ଭାବେ ପର୍ଯ୍ୟନ୍ତ ରବିବାର ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି ସମସ୍ତ କାର୍ଯ୍ୟ ତୁଲାଉଥିଲେ । ହେଲେ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଠାରୁ ଏମାନେ କଳାବ୍ୟାଜ୍ ପରିଧାନ କରିବା ସହ କେବଳ ଔଷଧ ବଣ୍ଟନ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଦାୟୀତ୍ୱ ତୁଲାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।
ତେଣୁ ଆଜି ଠାରୁ ଏମାନେ ଔଷଧ ବଣ୍ଟନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ତୁଲାଉନଥିବା ଦେଖାଯାଇଛି । ଆଜି ଏମାନଙ୍କ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି । ଗ୍ରାମାଞ୍ଚଳରେ ରାଜ୍ୟ ସରକାର ଡାକ୍ତର ପଦବୀ ପୂରଣ କରିବାରେ ବିଫଳ ହୋଇଛନ୍ତି । ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମୀସିଷ୍ଟ ମାନେ ମେଡିକାଲର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ଏଥି ସହ କରୋନା ପରିଚାଳନାରେ ସମ୍ମୁଖ ଯୋଦ୍ଧା ଭାବେ ସେମାନଙ୍କ ଅବଦାନ ମଧ୍ୟ ରହିଛି । ପଦୋନ୍ନତି, କ୍ୟାଡର ପୁନର୍ଗଠନ, ୧୦ବର୍ଷରୁ ଉର୍ଦ୍ଧ ହେଲା କାର୍ଯ୍ୟରତ ଅସ୍ଥାୟୀ ଫାର୍ମାସିଷ୍ଟମାନଙ୍କୁ ସ୍ଥାୟୀ କରିବା ଆଦି ଦାବି ନେଇ ଜିଲ୍ଲାର ୬୦ରୁ ଉର୍ଦ୍ଧ ଫାର୍ମାସିଷ୍ଟ ଗତ ୧୦ ତାରିଖରୁ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି । ( ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result