No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳଖେମୁଣ୍ଡି :-ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ନିର୍ମାଣ ମଧ୍ୟରେ ନୂତନ ଦେବସ୍ନାନ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇ ଥିବାରୁ ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି ଉପସ୍ଥିତ ରହି ହୋମ, ଯଜ୍ଞ ଓ ପୂଜାପାଠ ଆଦିର ଯଥା ରୀତିନୀତି ଅନୁଯାୟୀ ନୂତନ ଦେବସ୍ନାନ ମଣ୍ଡପର ପ୍ରତିଷ୍ଠା କାର୍ଯ୍ୟକ୍ରମ ତୁଲାଇଥିଲେ ।

ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜକୁ ସାମିଲ କରିଥିବା ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଏହି ହୋମ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜପୂରେହିତ, ମନ୍ଦିରର ପୂଜକ ମଣ୍ଡଳୀ, ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗ କରୁଥିବା ରାଜେନ୍ଦ୍ର ବେହେରା, ତିରୁପତି ପାତ୍ର, ଅଶୋକ ମହାରଣା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ( ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result