No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ହିଞ୍ଜିଳିକାଟୁ :- ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମଶୀଳତା ବିକାଶ ବିଭାଗର ସ୍କିଲ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଦେଶର ଶ୍ରେଷ୍ଠ ୧୦୦ ଶିଲ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ୨୧ ତମ ସ୍ଥାନରେ ରହିଛି । ସଂପୃକ୍ତ ତାଲିକାରେ ରାଜ୍ୟର ୬ଟି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରହିଥିବା ବେଳେ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ୨ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଏହି ତାଲିକାରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଛି । ଗ୍ରେଡ଼ିଂ ପାଇଁ ଭାରତରେ ୧୨ ହଜାର ୩୫୨ ଶିଳ୍ପ ତାଲିମ ଅନୁଷ୍ଠାନକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗତବର୍ଷ ମଧ୍ୟ ସଫଳତା ହାସଲ କରି ପ୍ରଶଂସାଭାଜନ ହୋଇ ପାରିଥିଲା ।
ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସଫଳତା ପାଇଁ ସଂପୃକ୍ତ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ପରିଶ୍ରମ ଖୁବ କମ ଦିନ ମଧ୍ୟରେ ଏହା ରାଜ୍ୟର ପୁରାତନ ଅନୁଷ୍ଠାନ ଗୁଡ଼ିକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିପାରିଛି ବୋଲି ବୈଷୟିକ ପର୍ଯ୍ୟବେକ୍ଷମ ମାନେ ଉଚ୍ଛ ପ୍ରକାଶ କରିଛନ୍ତି । ସଂପୃକ୍ତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଶିକ୍ଷାର୍ଥୀ ମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ସଫଳତା ମିଳିପାରିଛି ବୋଲି ଆଇଟିଆଇର ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା କହିଛନ୍ତି । ଅତିଶୀଘ୍ର ସଂପୃକ୍ତ ଅନୁଷ୍ଠାନରେ ଏଲ ଏଣ୍ଡ ଟି ପକ୍ଷରୁ ଇଲେକ୍ଟ୍ରିକାଲ ଏମରଜେନ୍ସି ଟାୱାର ରିଷ୍ଟୋରେସନ ତାଲିମ ପାଠ୍ୟକ୍ରମ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ପଣ୍ଡା କହିଛନ୍ତି । ଏ ନେଇ ଗତ ବର୍ଷ ରାଜ୍ୟ ସରକାର ଓ ଏଲ ଏଣ୍ଡ ଟି କମ୍ପାନୀ ମଧ୍ୟରେ ରଙ୍କକ୍ସକ୍ଟନାମା ହୋଇଥିବା ସୂଚନା ମିଳିଛି । ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର କ୍ରମାଗତ ସଫଳତା ଯୋଗୁଁ ସ୍ଥାନୀୟ ଅଂଚଳର ବୁଦ୍ଧିଜବୀ ମହଲରେ ଆନନ୍ଦ ଭରି ଦେଇଛି । ସଫଳତା ପରେ ଅନୂଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜିବୀ ପକ୍ଷରୁ ଶୁଭେଚ୍ଛାର ସୂଅ ଛୁଟିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result