No Result
View All Result
ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ସ୍ଥାନୀୟ ଚିକିତ୍ସା ଲୟରେ କୋଭିଭ ଟୀକାକାରଣ ଅଭିଯାନ ପ୍ରକ୍ରିୟା ଚାଲୁରହିଥିବାବେଳେ ଆଜି ରାୟଗଡ଼ ମେଡିକାଲ ଠାରେ କୋଭିଡ ଟିକକରଣ କାର୍ଯ୍ୟକ୍ରମ ହୋଇଯାଇଛି l ସରକାର ଙ୍କ କୋଭିଡ ନିୟମ ପ୍ରକାରେ18 ଠାରୁ 44ବର୍ଷର ଲୋକଙ୍କୁ ପ୍ରଥମ ଦିନରେ ଦୁଇଶହ ଜଣଙ୍କୁ ଟିକା ଦିଆଯାଇଛି l ମଧ୍ୟ 45ବର୍ଷ ରୁ ଉର୍ଦ୍ଧ ଲୋକଙ୍କୁ ବୁରୁଜାଙ୍ଗ ଠାରେ 153ଜଣ ଙ୍କୁଟୀକା ଦିଆଯାଇଥିବା
ସୂଚନା ମେଳିଛି. ଓ ମାର୍ଲବା ଠାରେ 60 ଜଣଙ୍କୁ ଟୀକା ଦିଆଯାଇଥିବାବେଳେ ସମସ୍ତେ ସୁସ୍ଥ ରହିଛନ୍ତି.ଟୀକା ଉପରେ ମନରୁ ଭ୍ରମ ଧାରଣା ବାହାର କରି 45ବର୍ଷରୁ ଉର୍ଦ୍ଧ ବର୍ଷ ର ସମସ୍ତେ ଏବଂ 18ରୁ 44ବର୍ଷ ର ଲୋକ ଟୀକା ନେଇ ନିଜକୁ ସୁସ୍ଥ ମାନେ କରୁଥିବା ବେଳେ ,ଅଙ୍ଗନବାଡି ଦିଦି,ଆଶା ଦିଦି ମାନେ ଉପସ୍ଥିତ ଥିଲେ l ରାୟଗଡ ମେଡିକାଲ ଠାରେ ଟୀକା କରଣ କାର୍ଯ୍ୟକ୍ରମ ରହିଥିବା ବେଳେ ଟୀକା ନେଇ ନଥିବା ଲୋକ ବର୍ତ୍ତମାନ ଟୀକା ନେବାପାଇଁ ଆଗଭର ହଉଥିବା ଦେଖିବାକୁ ମିଳିଛି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result