No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳାଖେମୁଣ୍ଡି :- ଆଜି ସଟଡାଉନ ସତ୍ତ୍ୱେ ଓଡିଶାର ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ମଦ ଓ ଗୁଟଖା। ଆନ୍ଧ୍ରରେ ତନଖି ବେଳେ ସିଧି ନିକଟରୁ ସେଗୁଡିକୁ ପୁରୁଣାପାଟଣା ପୋଲିସ ଜବତ କରିଛି। ଏକ ବୋଲେରୋ ପିକ ଅପ୍ ଗାଡ଼ିରେ ଗଳାବାଟ ଦେଇ ପାରଳାଖେମୁଣ୍ଡିରୁ ଆନ୍ଧ୍ର ଚାଲାଣ ହେଉଥିଲା।ଓଡ଼ିଶାରୁ ଖସି ଆନ୍ଧ୍ରରେ ଧରା ପଡ଼ିଥିବା ବେଳେ ଗଜପତି ପୋଲିସର ପାରିବା ପଣିଆ କୁ ପ୍ରଶ୍ନ ଉଠିଛି l ଆନ୍ଧ୍ର ପୋଲିସ ଜବତ କରିଥିବା ଗୁଟଖା ଓ ବିଦେଶୀ ମଦର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବା ସହ ଚାଲାରେ ବ୍ୟବହୃତ ବୋଲୋର ପିକ ଅପ ମଧ୍ୟ ଜବତ କରାଯାଇଛି। ସଟଡାଉନ ସତ୍ତ୍ୱେ ଓଡ଼ିଶାର ପାରଳାଖେମୁଣ୍ଡି ରୁ ଠାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ମଦ ଓ ଗୁଟଖା। ଆନ୍ଧ୍ରରେ ତନଖି ବେଳେ ଆନ୍ଧ୍ରର ପୁରୁଣା ପାଟଣା ଥାନା ଅନ୍ତର୍ଗତ ସିଧି ଗ୍ରାମ ନିକଟରୁ ସେଗୁଡିକୁ ପୁରୁଣା ପାଟଣା ପୋଲିସ ଜବତ କରିଛି। ଏକ ବୋଲେରୋ ପିକ ଅପ୍ ଗାଡ଼ିରେ ଗଳାବାଟ ଦେଇ ପାରଳାଖେମୁଣ୍ଡିରୁ ଆନ୍ଧ୍ର ଚାଲାଣ ହେଉଥିଲା।
ପାତପାଟନାମ ଥାନା ଅନ୍ତର୍ଗତ ସିଦି ଗ୍ରାମ କମଳାଆମା ଦୋକାନ ଛକ ନିକଟରୁ ଜବତ ହେଲା ବିପୁଳ ପରିମାଣର ଗୁଟଖା ଓ ବିଦେଶୀ ମଦ। ଘଟଣାସ୍ଥଳରୁ ଓଡ଼ିଶାର ହାଡୁ ଭାଙ୍ଗି ଗ୍ରାମର ଦୁଇ ସନ୍ଦିଗ୍ଧକୁ ଗିରଫ କରାଯାଇଛି l ଆନ୍ଧ୍ର ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି lପାତପାଟନମ ପୋଲିସ ୧୦୬ ବସ୍ତା ଗୁଟଖା ଓ ଖଇନି ସହ ୪୦ଟି ବିଦେଶୀ ମଦ ବୋତଲ ଜବତ କରିଛି। ଜବତ ଗୁଟଖା ଓ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଗତ କିଛି ଦିନ ପୂର୍ବେ ଏପରି ଏକ ବଡ଼ଧରଣର ଚୋରା ଚାଲାଣ ହେଉଥିବା ବେଳେ ଆନ୍ଧ୍ର ପୋଲିସ ୨ ଲକ୍ଷ ମୂଲ୍ୟର ମଦ ଜବତକରିଥିଲା। ଏହି ବିଦେଶୀ ମଦମଧ୍ଯ ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ପାଟଣା ରୋଡ ରେ ଥିବା ଓଡ଼ିଶାର ନାକା ଗେଟଦେଇ ଅଟୋ ରିକ୍ସାରେ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଦେଶୀ ମଦ ନେଇ ପାର ହୋଇ ଚାଲି ଯାଇ ମାତ୍ର ୧ଶହ ମିଟର ଦୁରରେ ଆନ୍ଧ୍ରର ପାତପାଟନମ ଠାରେ ଥିବା ନାକା ଗେଟ ରେ ଧରାପଡିଥିଲା ଉକ୍ତ ମଦ। ଆନ୍ଧ୍ରରେ ମଦ ଉପରେ କଟକଣା ସହ ଦାମ୍ ବେଶି ରହିଥିବାରୁ ଓଡ଼ିଶାରୁ ଆନ୍ଧ୍ରକୁ ଚୋରା ଚାଲାଣ ହେଉଛି। ଯାହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପୋଲିସ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି। ଫଳରେ ଓଡ଼ିଶାରୁ ଖସି ପଳାଇବାରେ ସଫଳ ହେଉଥିବା ବେଳେ ଆନ୍ଧ୍ର ପୋଲିସ ହାତରେ ଧରା ପଡୁଛନ୍ତି ଚୋରା ଚାଲାଣକାରୀ। ଏପରି ସ୍ଥଳେ ଓଡ଼ିଶାର ଅବକାରୀ ବିଭାଗ ଓ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result