No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୯ ଜୁନ ଶନିବାର )ହିଞ୍ଜିଳିକାଟୁ :- ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ଓଡିଶା ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।ସଂଘଠିତ ବାତ୍ୟା ଓ ବନ୍ୟାର କରାଳ ଦାଉରେ ଓଡିଶା ସନ୍ତୁଳିତ ହୋଇ ବହୁ ବିପର୍ଯ୍ୟୟର ସଫଳ ମୁକାବିଲା କରିବାରେ ସଫଳତା ହାସଲ କରିଛି।ଫାଇଲିନ,ଫନୀ,ତିତିଲି,ହୁଡ଼ହୁଡ଼ ଓ ୟାସ ଭଳି ମହାବାତ୍ୟାରେ ରାଜ୍ୟର ବହୁ ପ୍ରାକୃତିକ ସମ୍ପଦର ଅବକ୍ଷୟ ହେବା ସହ ବହୁ ଧନ ଜୀବନ ପ୍ରଭାବିତ ହୋଇ ବହୁ ଅମୂଲ୍ୟ ଜୀବନ କ୍ଷୟକ୍ଷତି ଘଟିଛି ।ପ୍ରାକୃତିକ ବିପର୍ଯ୍ୟୟରେ ସମ୍ମୁଖୀନ ହେଉଥିବା ଓଡିଶାକୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାର ବହୁବାର କେନ୍ଦ୍ର ସରକାରଙ୍କ ଠାରେ ଦାବୀ ଓହରାଇଛନ୍ତି।ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଜନ ହିତକର ପଦକ୍ଷେପକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସିତ କରି ସମ୍ମାନିତ କରିଛି। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁନ ୧୯ ତାରିଖକୁ ବିପର୍ଯ୍ୟୟ ପରିଚାଳନା ଦିବସ ରୂପେ ସାରା ରାଜ୍ୟରେ ପାଳିତ ହେଉଛି । ଆସନ୍ନ ବାତ୍ୟା ଓ ବନ୍ୟାର ପ୍ରକୋପରୁ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀ କିଭଳି ସତର୍କତା ଅବଲମ୍ବନ କରି ଧନ ଜୀବନକୁ ସୁରକ୍ଷିତ ରଖିପାରିବେ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ହିଞ୍ଜିଳି ବ୍ଳକ ପକ୍ଷରୁ ଶନିବାର ପାଳିତ ହୋଇଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦିବସ।ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନଙ୍କ ତତ୍ତ୍ୱାବଧାନରେ ବ୍ଳକର ଖରିଡା ପଞ୍ଚାୟତର ଖରିଡା,ରାଳବ ପଞ୍ଚାୟତର ରାଳବ ଓ ଆଲପୁର,ଚାନ୍ଦୁଲି ପଞ୍ଚାୟତର ଖଣ୍ଡରା,ବୁରୁପଡା ପଞ୍ଚାୟତ ଓ ମକରଝୋଳ ପଞ୍ଚାୟତର ବଲରାମପୁର ଆଦି ୬ ଟି ବନ୍ୟା ଆଶ୍ରୟସ୍ଥଳୀରେ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କୁ ନେଇ ଏହା ପାଳିତ ହୋଇଛି।ବନ୍ୟା ଓ ବାତ୍ୟା ସମୟରେ କିଭଳି ସତର୍କତା ଅବଲମ୍ବନ କରି ପ୍ରସ୍ତୁତ ରହିବେ ସେଥିପାଇଁ ନୋଡାଲ ଅଧିକାରୀ ମାନେ ଆବଶ୍ୟକ ସୁରକ୍ଷା ସରଞ୍ଜାମ ସହ ମକଡ୍ରିଲ ପ୍ରଦର୍ଶିତ କରି ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।ଏବିଡ଼ିଓ ଅରୁଣ କୁମାର ପ୍ରଧାନଙ୍କ ସହଯୋଗରେ ପିଇଓ ସୁଶାନ୍ତ କୁମାର ପ୍ରଧାନ,ବାସୁଦେବ ବେହେରା, କିଶୋର ଚନ୍ଦ୍ର ସାହୁ,ଲୋକନାଥ ପାଢ଼ୀ,ବୈଷ୍ଣବ ମଣ୍ଡଳ ଓ ଶ୍ରୀକାନ୍ତ କୁମାର ପଣ୍ଡା ପ୍ରମୁଖ ନୋଡାଲ ଅଧିକାରୀ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ସରପଞ୍ଚ ରଘୁନାଥ ବେହେରା, ଜି.ଏରାମ୍ମା, ଜାଗିଲି ଦାସ ପ୍ରମୁଖ ସଭାପତିଙ୍କ ସହ ପରିଚାଳନା ସମ୍ପାଦକ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result