No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍,ଶୁକ୍ରବାର ) ରଣପୁର :- ରଣପୁର ବେରୁଗ ସାହିର ସ୍ୱର୍ଗତ ଶ୍ରୀ ଦୁର୍ଗା ଚରଣ ଶତପଥୀ ଙ୍କ ର ପୁତ୍ର ସରୋଜ କୁମାର ଶତପଥୀ ସପରିବାର ସହ ପୁରୀରେ ରହି ଆଇନଜୀବୀ ଭାବେ ଜୀବିକା ନିର୍ବାହ କରୁଥିଲେ । କରୋନା ର ଦ୍ୱିତୀୟ ପର୍ଯ୍ୟାୟରେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ । ତାଙ୍କ ପରିବାର ରେ ତାଙ୍କ ମାଆ ଏବଂ ସାନ ଭାଇ କରୋନା କୁ ହରାଇଥିବା ବେଳେ ସରୋଜ କୁମାର ଶତପଥୀ କରୋନା ଯୁଦ୍ଧରେ ନିଜକୁ ହାରିଯାଇଛନ୍ତି ।

ସେ ଅତ୍ୟନ୍ତ ସରଳ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ରଣପୁର ର ଜନ ସାଧାରଣ ଏବଂ ତାଙ୍କ ସହପାଠୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଉକ୍ତ ନିଷ୍କପଟ ବ୍ୟକ୍ତିତ୍ୱ ଙ୍କ ମୃତ୍ୟୁରେ ଏକ ଶୋକ ର ଛାୟା ଖେଳିଯାଇଥିବା ବେଳେ ଓଡ଼ିଶା ତାଜା ନ୍ୟୁଜ ପକ୍ଷରୁ ତାଙ୍କର ଅମର ଆତ୍ମା ର ସଦଗତି କାମନା କରୁଛୁ ।
No Result
View All Result