No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜୁନ , ସୋମବାର )ହିଞ୍ଜିଳିକାଟୁ :- ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବପର୍ବାଣି ମଧ୍ୟରୁ ଆଷାଢ ସଂକ୍ରାନ୍ତିର ରଜପର୍ବର ଗୁରୁତ୍ୱ ସର୍ବଦା ରହିଆସିଛି । କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ଘରେ ଘରେ ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥାନ୍ତି । ଚଳିତ ବର୍ଷ ଜୁନ ୧୪ ତାରିଖରେ ପହିଲି ରଜ, ୧୫ ତାରିଖରେ ରଜସଂକ୍ରାନ୍ତି ଓ ୧୬ ତାରିଖରେ ଭୂଇଁଦହଣ ପ୍ରଭୃତି ୩ ଦିନ ବ୍ୟାପି ପାଳନ ହେଉଥିବା ଏହି ପର୍ବରେ ଗାଁ ଠୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠିଥାଏ । ହେଲେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୂ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ସରକାର ଗତ ମାର୍ଚ୍ଚ ୨୩ ତାରିଖ ଠାରୁ ୪ଟି ପର୍ଯ୍ୟାୟ ଲକଡ଼ାଉନ ଘୋଷଣଶ କରିବା ପରେ ଚଳିତ ମାସ ମାସ ପହିଲାରୁ ଅନଲକ-୧ କାର୍ଯ୍ୟକାରୀ କରିଛନ୍ତି । ବିବାହିତ ଝିଅ ମାନେ ରଜରେ ବାପାଘରୁ ଆସି ରଜ କଟାଇବା ସହ ଶଶୁର ଘରକୁ ଆମ୍ବ, ପଣସ ଓ ମିଠା ଭାର ନେବାର ପରମ୍ପରା ରହିଛି । ରଜରେ ଚଷାପୁଅ ମାନେ ନିଜର କାମଧନ୍ଦା ବନ୍ଦ କରି ପାନ ଖାଇବା ଓ ତାସ ଖେଳିବାରେ ସମୟ କଟାଇଥାନ୍ତି । ରଜ ସକାଶେ ଜାମା ଓ ଲୁଗା ଦୋକାନରେ ପ୍ରବଳ ଭିଡ଼ ଲାଗିରହୁଥିବା ବେଳେ ଚଳିତ ବର୍ଷ କରେନା ତାହା ବୁଡ଼ାଇ ଦେଇଛି ବୋଲି ଲୁଗା ଓ ଡେ଼୍ରସ ଦେକାନୀ ମାଲିକ ମାନେ କହିଛନ୍ତି । । ମୋଟ ଉପରେ କହିବାକୁ ଗଲେ ରଜ ପାଇଁ ବଜାର ସରଗରମ ନାହିଁ । ତେବେ ପାଶ୍ଚାତ୍ୟ ସଭ୍ୟତାର ପଭାବ ଓ ବସ୍ତୁବାଦୀ ମାନସିକତା ଯୋଗୁଁ ସମ୍ପ୍ରତି ରଜପର୍ବ ପୂର୍ବ ପରି ଆକର୍ଷଣୀୟ ହେଉନଥିଲେ ବି ପରମ୍ପରା ହରାଇନାହିଁ । ଆଗଭଳି ଗାଁ ଦାଣ୍ଡରେ ରଜଦୋଳି ଗୀତ ଆଉ ଶୁଭୁନାହିଁ କିମ୍ବା ଯୁବକ ମାନେ ବାଗୁଡ଼ି ଖେଳ ଓ ତାସ୍ ଖେଳରେ ଦିନ ବିତାଉ ନାହାଁନ୍ତି । ଏ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମହାନ ଉତ୍କଳୀୟ ପରମ୍ପରାକୁ ଉଜ୍ଜୀବିତ ସକାଶେ ଚାଲିଛି ପ୍ରୟାସ ।
ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ରଜପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଗ୍ରାମାଚଂଳ ଗୁଡ଼ିକରେ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରଜ ଦୋଳି ଗଛରେ ବାନ୍ଧି ଦୋଳି ଖେଳୁଥିବାର ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ କରେନା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ରଜ ପର୍ବ ବନ୍ଦ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ରଜପର୍ବକୁ ପୂର୍ବ ଭଳି ଆର୍କଷଣୀୟ ଓ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ସ୍ତରରୁ ଉଦ୍ୟମ କରିବାକୁ ବୁଦ୍ଧିଜୀବି ମହଲରେ ଆହ୍ୱାନ ଦିଆଯାଉଛି । ଆଧୁନିକତାର ଛାପରେ ହଜିଯାଉଛି ରଜ ମଉଜ । ନା ଅଛି ଝଙ୍କାଳିଆ ବରଗଛ, ଆମ୍ବଗଛ ନା ଅଛି ତୋଟା । ବନ୍ଧା ହେଉନି ରଜ ଦୋଳି । ପୋଡ଼ାପିଠା ତିଆରି ପାଇଁ ଆଉ କାଠ ଚୁଲି ଦେଖିବାକୁ ମିଳୁନାହିଁ । ଆଧୁନିକତାର ଛାପ ପ୍ରାୟତଃ ଅଧିକାଂଶ ପର୍ବପର୍ବାଣୀକୁ ଗ୍ରାସ କରିସାରିଛି । ରଜ ପର୍ବ ମଧ୍ୟ ତାହାର ଅସ୍ୱିତ୍ୱ ହରାଇବାକୁ ବସିଛି ବୋଲି ଆଲୋଚିତ ହେଉଛି । ଆଜେିର ବଜାରୀକରଣ ଯୁଗରେ ରଜପର୍ବ କେବଳ ଏକ ପୁରୁଣା ଛାପ ହୋଇ ରହିଯିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result