ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :-
୧୯୮ ତିନିରଥର ମୋଟ ମହାରଣା ୮୦ ତିନିରଥର ଭୋଇ ସେବକ ୭୬ ତିନିରଥର କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୫ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୮ ରଥ ଖଳା ସହାୟକ ୧ ମୋଟ ୧୯୮
ରଥ ନିର୍ମାଣ ଅଗ୍ରଗତି :-
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜୁନ , ସୋମବାର ) ପୁରୀ ରିପୋର୍ଟ ଅଭିମନ୍ୟୁ ମହାରଣା :- ରଥ ଖଳାଠାରେ, ଦଣ୍ଡା ଗୁଡ଼ିକ ଅଖ ସ୍ପର୍ଶ କରୁଥିବା ସ୍ଥାନରେ ଅର୍ଦ୍ଧ ଚନ୍ଦ୍ରାକାର କଟା ହୋଇ ବା ଖାପ ହୋଇ ବାନ୍ଧି ରଖା ଯାଇଛି । ତିନି ରଥ ଗୁଡ଼ିକର ଦୁଇଟି ଲେଖାଁଏ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ଅଛି ।

ଆଜି ତିନିରଥର ପଞ୍ଚ ଦଣ୍ଡାରେ କଣ୍ଟା ଵାଡ଼ିଆ କାର୍ଯ୍ୟ ତିନି ରଥର କମାର ସେବକ, ତିନିରଥ ମହାରଣା ଏବଂ ତିନିରଥର ଭୋଇ ସେବକଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ ହୋଇଅଛି। (ତିନି ରଥର ଅଖ ଉପରେ ଦଣ୍ଡା ଫ୍ରେମ ମଜଭୁତ ପାଇଁ କଣ୍ଟା ଵାଡ଼ିଆ ପରେ ପାଞ୍ଚ ଦଣ୍ଡା ଆଗ ଏବଂ ପଛ ରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ପାଞ୍ଚୋଟି ସାଲଗୁଜ ଏବଂ ପଛ ମୁହାଁଟ ରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ପଡ଼ିଅଛି ।) ତିନିରଥର ପଞ୍ଚ ଦଣ୍ଡାରେ କଣ୍ଟା ଵାଡ଼ିଆ ପରେ ପଞ୍ଚ ଦଣ୍ଡା ର ମଧ୍ୟଭାଗ ର ଦୁଇପଟେ ଦୁଇଟି ‘ଗରଗରା’ ଫିଟିଙ୍ଗ କରାଯାଇଛି ।

‘ଗରଗରା’ ଫିଟିଙ୍ଗ ପୂର୍ବରୁ ଦଣ୍ଡା ସହ ଗରଗରା ର ସଂଯୋଗ ସ୍ଥାନ ରେ ଗରଗରା ର ତଳ ଭାଗ କାପ କରାଯାଇ ବିନ୍ଧ ପରେ କମାର ସେବକ ମାନେ ୨୨ ଏମ.ଏମ ର କଣ୍ଟା ବାଡେଇ ଗରଗରା ସେଟିଂକରିଛନ୍ତି । (ଏହାପରେ ତିନି ରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ଫିଟିଙ୍ଗହେଇ ଚାରି ନାହାକା ଉଠିବ) ତାଳଧ୍ଵଜ ରଥର ଦୁଇଟି ଏବଂ ନନ୍ଦିଘୋଷ ରଥର ଦୁଇଟି ପୋଲ ଗୟଳ ରଚପଟ ଶେଷ ହୋଇ, ଦେବଦଳନ ରଥର ପୋଲ ଗାୟଳ ଚିରଟ ସାରି କରତି ସେବକ ଦେବଦଳନ ରଥ ମହାରଣା ଙ୍କୁ ଯୋଗାଇ ଛନ୍ତି । ଗୟଳ ଚଉପଟ ପରେ ଆସନ୍ତା କାଲି ତିନି ରଥରେ ଗୟଳ ଫିଟିଙ୍ଗହେବା ସମ୍ଭାବନା ରହିଛି ।
















