No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ସ୍ବେଛାସେବୀ ସଙ୍ଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ତରଫରୁ ଭବାନୀପାଟଣା ଠାରେ କର୍ମକର୍ତ୍ତା ଅଙ୍କିତ ଅଗ୍ରୱାଲଙ୍କ ୩୨ ତମ ଜନ୍ମ ଦିବସ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ୧୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ନର୍ଲା ବ୍ଲକର କର୍ମକର୍ତ୍ତା ମିଲନ କୁମାର ଭୋଇ ଏବଂ ହେମସାଗର ସାହୁ ମଧ୍ୟ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ।

ଧର୍ମଗଡ଼ ଜୋନ ସଭାପତି ମୃତ୍ୟୁଞ୍ଜୟ ନାଏକ ଏବଂ ସମସ୍ତ କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଲକଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୁଏ । ଯାହା ଦ୍ଵାରା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହାକୁ ଦୃଷ୍ଟିରେ ରଖି ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ ଏପରି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବାରୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result