No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ରଣପୁର ,ରିପୋର୍ଟ ଅଭିମନ୍ୟୁ :- ଚଳିତ ବର୍ଷ ରଣପୁରରେ ରଥ ଯାତ୍ରା କରିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଦେବତ୍ତର ବିଭାଗର ମନ୍ତ୍ରୀ ଙ୍କୁ ଚିଠି କରିଛନ୍ତି ତହସିଲଦାର ଙ୍କ ଦ୍ଵାରା ଶ୍ରୀମନ୍ଦିର କମିଟି ର ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ରାଜ୍ୟ ସରକାର ପୁନଃବିଚାର କରି ପୁରୀ ଭଳି ବିନା ଭକ୍ତ ରେ ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥ ଯାତ୍ରାକୁ ସ୍ୱୀକୃତି ଦେବା ନିମନ୍ତେ ଅନୁରୋଧ କରିଛନ୍ତି । ଚିଠିରେ ଦର୍ଶାଇଛନ୍ତି କି , ୧୩୬୩ ଶାଲରୁ ରାଜା ଉଦ୍ଧବ ନରେନ୍ଦ୍ର ସିଂହ ଙ୍କ ହାତରେ ପ୍ରତିଷ୍ଠା ହୋଇଥିବା ଦାରୁ ବ୍ରହ୍ମ ରଣପୁର ରେ ପୂଜା ପାଉଛନ୍ତି । ବିଧାୟକ ଙ୍କ କହିବା ଅନୁଯାୟୀ ରାଜା ଙ୍କ ଦାନ ପାଣ୍ଠିରୁ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା ।
ଇତିହାସ କହୁଥିବା ମାଦଳା ପାଞ୍ଜି ଅବା କେତେକ ଐତିହାସିକ ରେକର୍ଡ ଅନୁସାରେ ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ । ରାଜା ଉଦ୍ଧବ ନରେନ୍ଦ୍ର ସିଂହ ଙ୍କ ରାଜତ୍ୱ କାଳରୁ ରଣପୁର ରେ ଚାଲି ଆସୁଥିବା ସମସ୍ତ ବ୍ୟବସ୍ଥା କୁ ଏବେ ବି ବଳବତ୍ତର ରଖାଯାଇଛି । ଏଥିସହ ପୁରୀ ଜଗନ୍ନାଥ ଙ୍କ ରୀତି ନୀତି ଭଳି ରଣପୁରରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ର ସମସ୍ତ ରୀତିନୀତି ,ପର୍ବ ପର୍ବାଣୀ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ର ପୂଜା ନୀତି କାନ୍ତି ରଣପୁର ର ପୂଜା ନୀତିକାନ୍ତି ସହ ସମାନ, ଯାହାଫଳରେ ପୁରୀ ଜଗନ୍ନାଥଙ୍କର ୧୬ କଳା ରୁ ଗୋଟିଏ କଳା ରଣପୁର ଜଗନ୍ନାଥ ମନ୍ଦିର ରେ ଦାରୁବ୍ରହ୍ମ ଭାବେ ତିନି ମୂର୍ତ୍ତି ପୂଜା ପାଉଛନ୍ତି ।
ଏତତ୍ ବ୍ୟତୀତ ପୁରୀ ଭଳି ରଥା ରୂଢ଼ ତିନି ଠାକୁରଙ୍କ ଯଥା ରୀତି ପୂର୍ବକ ନବଦିନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷାଧିକ ଭକ୍ତ ମଧ୍ୟରେ ପାଳିତ ହୋଇଥାଏ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ଗତ ବର୍ଷ କରୋନା ର ପ୍ରଥମ ପର୍ଯ୍ୟାୟରେ ରଣପୁର ରଥଯାତ୍ରା କୁ ବାତିଲ କରିଦିଆଯାଇଥିଲା । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କରୋନା ସଂକ୍ରମଣ କୁ ଆଖି ଆଗରେ ରଖି କୌଣସି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ସରକାର ଙ୍କ ନିର୍ଦେଶ ରହିଛି । ଯେଉଁଥିପାଇଁ ଚଳିତ ବର୍ଷ ରଣପୁର ରେ ରଥଯାତ୍ରା ହୋଇ ପାରିବନି ବୋଲି ପ୍ରଶାସନ ପକ୍ଷରୁ ଜଣାଯାଉଅଛି । କରୋନା ମହାମାରୀ ରେ ସରକାର ଙ୍କ ର ସମସ୍ତ କଟକଣା କୁ ମାନି ରଥଯାତ୍ରା କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ବିନମ୍ର ଅନୁରୋଧ କରିଛନ୍ତି ।
No Result
View All Result