No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ଓଡ଼ିଆ ର ଅଗ୍ରଣୀ ପରିବେଶ ଓ ସାମାଜିକ ସୁରକ୍ଷା ଅନୁଷ୍ଠାନ ଅସ୍ତିତ୍ୱ ପକ୍ଷରୁ ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ କୁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ । ଏହି ବୈଠକ କୁ ଅନୁଷ୍ଠାନର ସମ୍ପାଦକ ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ପରିଚାଳନା କରିଥିଲେ ।ଶିଶୁ ଦେଶର ସମ୍ପଦ ଶିଶୁର ବିକାଶ ରେ ଦେଶ ର ବିକାଶ ହେବ ଦେଶ ତଥା ରାଜ୍ୟରେ ହଜାର ହଜାର ଶିଶୁ ଶୋଷଣ ର ଶିକାର ହେଉଛନ୍ତି ।ଶିଶୁ ଶୋଷଣ ର ମୁଖ୍ୟ କାରଣ ଦରିଦ୍ରତା ଓଡ଼ିଆ କି ଦେଶରେ ଦରିଦ୍ରତା ରେ ଥିବା ପରିବାର ର ଲୋକେ ସେମାନଙ୍କ ଶିଶୁ କୁ ଅନ୍ୟ ପାଖରେ କାମ କରିବାକୁ ଛାଡ଼ିଥାଏ କାରଣ ଗଣ୍ଡାଏ ଖାଦ୍ୟ ପାଇଁ ।
ଦରିଦ୍ରତା କାରଣରୁ ଶିଶୁ ଶ୍ରମିକରେ ପରିଣତ ହୋଇ ନିଜର ଭବିଷ୍ୟତ କୁ ଜଳାଞ୍ଜଳି ଦେଇ ଅନ୍ୟ ଠାରେ କାର୍ଯ୍ୟ କରିଥାଏ ।ଏକ ଅନ୍ତରାଷ୍ଟୀୟ ସଂସ୍ଥା ଦ୍ୱାରା ସର୍ଭେ ଅନୁଯାଇ ବିଶ୍ୱରେ ୧୬ ନିୟୁତ ଶିଶୁ ଶ୍ରମିକ ଭାବେ ଅନ୍ୟଠାରେ କାର୍ଯ୍ୟରତ ।କେତକ ଭିକ୍ଷା ବୃତି ତ କେତକ ଜରି ଓ ଅଳିଆ ଗୋଟାଉଥିବା ଦେଖିବାକୁ ମିଳେ କରୋନା କାଳରେ ଆମରାଜ୍ୟରେ ୩ ଲକ୍ଷ ରୁ ଅଧିକ ଲୋକେ ଦରିଦ୍ର ହୋଇ ସେମାନଙ୍କ ପିଲାଙ୍କୁ ଶ୍ରମିକ ଭାବେ ଛାଡିବା ଏକ ସଂସ୍ଥା ର ସର୍ଭେ ରୁ ଜଣାଯାଏ।ବଂଜର ଙ୍କ କଥା ନକହିଲେ ଭଲ ସେମାନଙ୍କ ପିଲା ଜନ୍ମରୁ ଶ୍ରମିକ ହୋଇ ପରିବାର ସହ ଯାଯାବର ଜୀବନ କଟାନ୍ତି।

ଆମରାଜ୍ୟ ରେ ବର୍ତମାନ କରୋନା ସମୟରେ ବିଦ୍ୟାଳୟ ବନ୍ଦ ପିଲାମାନଙ୍କୁ ଅନଲାଇନ ରେ ପଢ଼ାଯାଉଛି ମାତ୍ର ଯେଉଁ ଗରିବ ପିଲାର ଅନଲାଇନ ଶିକ୍ଷା ପାଇଁ ଭଲ ଫୋନ ନାହିଁ ସେ ପଢେ କେମିତି ତାହା ସରକାର ଚିନ୍ତା କରିବା ଦରକାର ଗରିବ ପିଲା ମାନେ ଏବେ ପାଠ ପଢା ଛାଡି ମୂର୍ଖ ହେବାକୁ ବସିଲେଣି କରନା କଟକଣା ଖୋଲିଲେ ସ୍କୁଲ ଖୋଲିଲେ ଏମାନେ ଆଉ ସ୍କୁଲ ନଯାଇ ଅନ୍ୟ ପାଖରେ କାମ କରି ଶିଶୁ ଶ୍ରମିକ ହୋଇଯିବେ ।ବର୍ତମାନ ସରକାର ଏସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ମାଳ ମାଳ ଯୋଜନା କରିଲେ କଣହେବ ତାହା କାଗଜ ପତ୍ର ରେ ଠିକ ମାତ୍ର ବାସ୍ତବ ଚିତ୍ର ଅଲଗା ।
ସରକାର ଯଦି ଶିଶୁ ଶ୍ରମିକ ବନ୍ଦ କରିବାରେ ବିଫଳ ହେଉଛି ତେବେ ଆମେ ଅମ ଆଖ ପାଖରେ ଦେଖୁଥିବା ଶିଶୁ ଶ୍ରମିକ କି ଶିଶୁ ଭିକ୍ଷା ମାଗୁଥିବା ପିଲାକୁ ଉଦ୍ଧାର କରି ତାକୁ ପାଠ ପଢ଼େଇ ମଣିଷ କରିବା ପାଇଁ ପଣ କରିବା ପାଇଁ ଆଜିର ଏହି ବୈଠକ ରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଏହି ବୈଠକ ରେ ଅଦୈତ୍ୟ ଫାଉଣ୍ଡେସନ୍ ର ମହାସଚିବ ନଳିନ ରାୟ ଯୋଗଦେଇ ବହୁ ମୂଲ୍ୟବାନତଥ୍ୟ ଶିଶୁ ଶ୍ରମିକ ବନ୍ଦ ପାଇଁ କହିଥିଲେ ।
ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଶୁଭେନ୍ଦୁ ମହାପାତ୍ର ,ଆଇନଜୀବୀ ପ୍ରଭାତ କୁମାର ସାହୁ ଓ ପରିବେଶ ପ୍ରେମୀ ଅମିତ ସାହୁ ଯୋଗଦେଇ ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ପାଇଁ ସମତେ ସଂକଳ୍ପ ନେବାସହ ଶିଶୁ ଶ୍ରମିକ କୁ ତାହା ବୃତି ରୁ ଉଦ୍ଧାର କରି ବୈଷୟିକ ଜ୍ଞାନ ଶିକ୍ଷା ଦେଲେ ସେ ନିଜେ ଆତ୍ମନିର୍ଭରଶୀଳ ହେବ ବୋଲି ଆଲୋଚନା କରାଯାଇଥିଲା । ଅନ୍ତ ରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ଓ ଅସ୍ତିତ୍ୱ ର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result