No Result
View All Result
ମଗର ବନ୍ଧ ଓ କାଣ୍ଡପଡା ପଞ୍ଚାୟତ ରେ ମାସ୍କ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ରଣପୁର,ରିପୋର୍ଟ ଅଭିମନ୍ୟୁ :- କରୋନା ଭଳି ଅଦୃଶ୍ୟ ମହାମାରୀ ଅଧୀନରେ ସାରା ବିଶ୍ୱ କରୋନା ଆକ୍ରାନ୍ତିତ ଥିବା ବେଳେ ଜନ ଜୀବିକା ହରାଇ ଜୀବନ ଯାପନ ବିପନ୍ନ ହୋଇ ପଡିଛି । ମହାମାରୀ ର ବିକଟାଳ ପରିସ୍ଥିତି ରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ । ବିପତ୍ତି କୁ ସାମ୍ନା କରିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି ।
ମହାମାରୀ ର ଦ୍ଵିତୀୟ ପର୍ଯ୍ୟାୟ ରେ କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଜାରି କରିଥିବା ଲକଡାଉନ ନିୟମ କୁ ମାନିବା , ନିୟମିତ ଘରେ ରହିବା , ହାତ ଧୋଇବା ଏବଂ ମାସ୍କ ପରିଧାନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଙ୍କ ତତ୍ୱବଧାନ ରେ ଲୋକଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ମାସ୍କ ବଣ୍ଟନ ଏବଂ ସଚେତନତା ମୂଳକ କାର୍ଯ୍ୟ ଅନୁଷ୍ଠିତ କରାଯାଇଛି ବୋଲି ଜଣାଯାଉଛି ।

ଓଡ଼ଗାଁ ବ୍ଲକ ର ମଗରବନ୍ଧ ପଞ୍ଚାୟତ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପାଖରେ ପହଞ୍ଚି କରୋନା ପ୍ରତିହତ ନିମନ୍ତେ ସଚେତନତା ବାର୍ତା ଦେଇଛନ୍ତି । ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମର ଗଳିକନ୍ଦି ସାନିଟାଇଜ କରାଯିବା ସହ ଘର କୁ ଘର ବୁଲି ବୁଲି ମାସ୍କ , ସାନିଟାଇଜର ,ସାବୁନ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ସେହିଭଳି ଗତ ଜୁନ ୫ ତାରିଖରେ କାଣ୍ଡପଡା ପଞ୍ଚାୟତ ର ପ୍ରତ୍ୟେକ ଗାଁ ରେ ମାସ୍କ ବଣ୍ଟନ କରିଥିଲେ ବିଧାୟକ ।

ଏବଂ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ , ସାନିଟାଇଜର , ସାବୁନ ଇତ୍ୟାଦି ବଣ୍ଟନ କରିଥିଲେ । ରଣପୁର ବ୍ଲକ ସଭାପତି ଏବଂ କିଛି କର୍ମୀ ଙ୍କୁ ନେଇ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଆଜି ମଧ୍ୟ ମଗରବନ୍ଧ ପଞ୍ଚାୟତ ର ଲୋକଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ଲୋକଙ୍କ ସୁରକ୍ଷା କୁ ଗୁରୁତ୍ୱ ଦେଇ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରି ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ।
No Result
View All Result