No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) କୋରାଇ :- ବିଶ୍ୱ ମହାମାରୀ କରୋନାର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସରକାର ତାଲାବନ୍ଦ ଓ ସପ୍ତାହାନ୍ତ ୨ ଦିନ ବନ୍ଦ ଜାରିରଖିଛି । ହେଲେ ସପ୍ତାହାନ୍ତ ଶନିବାର ଶଙ୍ଖଚିଲ ବଜାରରେ ଲୁଗା ଦୋକାନ ଆଦି କେତେକ ଦୋକାନ ଅବାଧରେ ଖୋଲା ରହିଥିଲା । ଏମିତିକି ବହୁ ଗ୍ରାହକ ସମାଜିକ ଦୂରତା ନରଖିବା ଓ ତୁଣ୍ଡି ପରିଧାନ ନକରିବା ଆଦି ଦେଖାଯାଇଥିଲା । ଶଙ୍ଖଚିଲା ବଜାର ଠାରୁ ମାତ୍ର କେଇମିଟର ଦୂରରେ ଅବସ୍ଥିତ ପୁଲିସ ଫାଣ୍ଡି ରହିଥିଲା ବେଳେ ଏହା ପୁଲସିର ଜ୍ଞାତସାରରେ ହେଉଥିବା ନେଇ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଆଜି ଶନିବାର ସପ୍ତାହାନ୍ତ ବନ୍ଦ ରହିଥିଲା ବେଳେ ଲୁଗାଦୋକାନ ଖୋଲା ସହ ବିଭିନ୍ନ ସାମଗ୍ରୀ

ଦୋକାନମାନ ଖୋଲା ଯିବା ଓ କରୋନା କଟକଣା ନମାନି ଅବାଧରେ ଗ୍ରାହକ ସମଗ୍ରୀ କିଣିଥିବା ନେଇ ଅଂଚଳବାସୀ ଅସନ୍ତୋଷ ପୂର୍ବକ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଫାଣ୍ଡିଅଧିକାରୀ ଅଭୟ ନାୟକ ସଦଳବଳେ ଶଙ୍ଖଚିଲା ବଜାରରେ ଚଢାଇ କରିଥିଲେ । ଖୋଲାଥିବା ଏକ ପୋଷାକ ସହ ଲୁଗା ଦୋକାନରେ ବହୁ ଗ୍ରାହକଙ୍କୁ ଭିତରେ ରଖି ବେପାର କରୁଥିଲା । ପୁଲିସକୁ ଦେଖି ଗ୍ରାହକ ବାରାହି ପଳାଇ ଯାଇଥିଲୋ । ଫଳରେ ପୁଲିସ ଦୋକାନରେ ତାଲାପକାଇବା ସହ ମାଲିକଙ୍କୁ ଜରିମନା କରିଥିଲେ । ଖବର ପାଇ ବହୁ ବେପାରୀ ମଧ୍ୟ ଦୋକାନ ତାଲା ପକାଇ ଖସି ପଳାଇ ଯାଇଥିଲେ । ହେଲେ ଆସନ୍ତା କାଲି(ରବିବାର) ଓଡିଶାର ଗଣପର୍ବ ରଜର ପାଣି ବୁହା । ପର୍ବ ଲାଗି ଲୁଗା ଓ ପୋଷାକ ଦୋକାନ ଖୋଲାଯିବା ଆଶଙ୍କା ଉପୁଯିଛି । ସେନେଇ ପୁଲିସ କଡାକଡିଭାବେ ଆଜିଠୁ ତଦାକରଖ ଜାରି ରଖିଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result