No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ଜୁନ ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ସମୟରେ ୨0 ଟି ଅକ୍ସିଜେନ ଭର୍ତି ସିଲିଣ୍ଡର ଯୋଗାଇ ସମଗ୍ର ଜିଲ୍ଲାରେ ପ୍ରଂଶସାର ପାତ୍ର ହେବାସହ ସମାଜସେବୀ କେବଳ ଉଚ୍ଚାରଣରେ ନୁହେଁ ଆଚରଣରେ କିଭଳି ଭୂମିକା ନିଭାଇବା କଥା ତାହା ବାସ୍ତବରେ କରି ଦେଖାଇଛନ୍ତି ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହିର ଯୁବ ସରପଞ୍ଚ ତଥା ସମାଜସେବୀ କିଶୋର ଚନ୍ଦ୍ର ସାହୁ |
ନିରୀହ, ନିରାଶ୍ରୟଙ୍କ ସେବା ପାଇଁ ନିଜ ଜୀବନକୁ ସମାଜ ହିତରେ ସମର୍ପିତ କରିଥିବା କିଶୋର ଜିଲ୍ଲାରେ ରୋଗୀ ସେବା ପାଇଁ ଏକ ମାଗଣା ଆମ୍ବୁଲାନ୍ସ ଯୋଗାଇ ମଧ୍ୟ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ | ତେବେ କୋଭିଡ ଆଇନ ଅନୁଯାୟୀ ଅନୁଷ୍ଠିତ ଏହି ସମସ୍ତ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲାପାଳ ଡ଼ ପୋମା ଟୁଡୁ, ଡ଼ିଏଫଓ ଧନରଜ. ଏଚଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result