No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ରାୟଗଡ଼ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଗ୍ରାମ ନିକଟରେ ଆନ୍ଧ୍ର ପ୍ରଦେଶ ଦ୍ୱାରା କରାଯାଉଥିବା ମନେରଗା ଯୋଜନା ଦ୍ୱାରା ପୋଖରି ଖନନ କାର୍ଯ୍ୟ କିଛି ଦିନ ହେବ ଚାଲୁରଖିଛି । ଏ ନେଇ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା ଏବଂ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ବିବାଦ ହୋଇଥିବା ସ୍ଥାନରେ ପହଁଚିଥିଲେ ଏବଂ ଆନ୍ଦ୍ର ପକ୍ଷରୁ ଖୋଳାଯାଉଥିବା ପୋଖରି କାର୍ଯ୍ୟକୁ ବନ୍ଦ କରିଥିଲା ଗଜପତି ଜିଲ୍ଲା ପ୍ରଶାସନ । କିନ୍ତୁ ଆନ୍ଧ୍ରର ପ୍ରକୃତି କହିବାକୁ ଗଲେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୁଡା କାଠେ ସଦୃଶ ପୁଣି ଆଜି ଅର୍ଥାତ ବୁଧବାର ପୋଖରି ଖନନ କାର୍ଯ୍ୟକୁ ଆନ୍ଧ୍ର ପକ୍ଷରୁ ଆରମ୍ଭ କରାଯାଇଥିଲା ।

କୈାଣସି ସୁତ୍ରରୁ ଖବର ପାଇ ରାୟଗଡ ତହସିଲଦାର ଲିଲୀବତି ଆଚାର୍ଯ୍ୟଙ୍କ ସହ ରାୟଗଡ ରାଜସ୍ୱ ନିରିକ୍ଷକ ହରିଶ୍ଚନ୍ଦ୍ର ରଇତ, ଜିରାଙ୍ଗ ଉପ ରାଜସ୍ୱ ନିରିକ୍ଷକ ସୁଧାକର ରାଓ,ତହସିଲ ଅମିନ ଧ୍ରୁବଚରଣ ନାୟକ , ସ୍ଥାନୀୟ ପୂର୍ବ ତନ ସରପଞ୍ଚ ହାଡ଼ିବନ୍ଧୁ ଶବର ଅଚାନକ ଘଟଣା ସ୍ଥଳରେ ପହଁଞ୍ଚି ଦେଖିବାକୁ ପାଇଥିଲେ ଯେ ପୋଖରି ଖନନ କାର୍ଯ୍ୟ ଚାଲୁରହିଛି । ତହସିଲଦାର କାମ ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ କିଛି ସମୟ ପରେ ଆନ୍ଦ୍ର ପକ୍ଷରୁ ଖନନ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result