No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ଏନଏସି ଅନ୍ତର୍ଗତ ଶିଶୁଆ ଗ୍ରାମର ମିହିର ରାଉତ(୪୫) ବର୍ଷ ବଜ୍ରପାତ ରେ ମୃତ୍ୟୁ ହୋଇଛି।ଆଜି ପୂର୍ବାହ୍ନ ରେ ମିହିର ବିଲକୁ ଧାନ ବୁଣିବାକୁ ଯାଇଥିବାବେଳେ ମଧ୍ୟାହ୍ନ ରେ ବିଜୁଳି ଘଡ଼ ଘଡି ସହ ବର୍ଷା ହୋଇଥିଲା ମିହିର ଵିଲ ରେ ଧାନ ବୁଣୁ ଥିବା ବେଳେ ହଠାତ ବଜ୍ର ପାତ ରେ ସେ ଵିଲ ରେ ଅଚେତ ହୋଇ ପଡିଯାଇଥିଲା ।

ଅନ୍ୟ ବିଲ ରେ କାମ କରୁଥିବା ଲୋକ ତାଙ୍କୁ ଦେଖି ଗ୍ରାମ କୁ ଆଣି ସେଠାରୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ଥିଲେ ଚିକିତ୍ସାଳୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଖବର ପାଇ ବାଙ୍କୀ ପୋଲିସ ଚିକିତ୍ସାଳୟ ରେ ପହଞ୍ଚି ଶବକୁ ଜବତ କରିବା ସହ ଶବବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ଏ ସଂକ୍ରାନ୍ତରେ ବାଙ୍କୀ ଥାନା ରେ ଅପ ମୃତ୍ୟୁ ମାମଲା ୧୨/୨୧ରୁଜୁ କରାଯାଇଛି।ମୃତକଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇଦେବା ଗ୍ରାମ ବାସୀ ଅନୁରୋଧ କରିଛନ୍ତି ।(ରିପୋର୍ଟ : ଗୌତମ ମିଶ୍ର)
No Result
View All Result