No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଜିରାଙ୍ଗ ପଞ୍ଚାୟତ ଇଲାକାରେ ଥିବା ଖସଡ଼ା ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇବା ନିମନ୍ତେ ବ୍ଲକ ପ୍ରଶାସନର ପ୍ରତକ୍ଷ ତତ୍ୱବାଧାନରେ ଜିରାଙ୍ଗ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଟଙ୍କଧର ରଣସିଙ୍ଘ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ଙ୍କ ସହଯୋଗରେ ପର୍ଯ୍ୟଟନ ସ୍ଥଳୀରେ ରୋଷେଇ ଘର ନିମନ୍ତେ ଦୁଇ ଲକ୍ଷ ଟଙ୍କା, ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ପାଇଖାନା ନିର୍ମାଣ ନିମନ୍ତେ ଦଶ ଲକ୍ଷ ଟଙ୍କା, ବଜାର ଗୃହ ନିର୍ମାଣ ନିମନ୍ତେ ଦଶ ଲକ୍ଷ ଟଙ୍କା, ସୌନ୍ଦର୍ଯ୍ୟ କରଣ ନିମନ୍ତେ ଦଶ ଲକ୍ଷ ଟଙ୍କା ବ୍ୟୟ ବରାଦରେ

ଦ୍ରୁତ ଗତିରେ କାର୍ଯ୍ୟ ଚାଲିଥିବା ସରପଞ୍ଚ ଶ୍ରୀ ରଣସିଙ୍ଘ ପ୍ରକାଶ କରିଛନ୍ତି ।ଏହାକୁ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜତ କୁମାର ପାଢୀ ପ୍ରତକ୍ଷ ତଦାରଖ କରୁଥିବା ବେଳେ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଏବଂ ବିଡ଼ିଓ ସୌରଭ ସ୍ୱାର୍ଥକ ମହାପାତ୍ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଆଗାମୀ ଦିନରେ ଆହୁରି ଅନେକ ପ୍ରକଳ୍ପ ଜିଲାପାଳ ଅନୁପମ ସାହା ଙ୍କ ନିର୍ଦ୍ଧେଶ ପ୍ରକାରେ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାସହ ପର୍ଯ୍ୟଟକ ମାନେ ଏଠାକୁ ପରିଦର୍ଶନରେ ଆସିଲେ ବିଶ୍ରାମ ନେବନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଗୋଟିଏ ଵିଶ୍ରାମଗାର ଉଚକୋଟିର ଆକାର କରାଯିବ ବୋଲି ସରପଚ ପ୍ରକାଶ କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result