No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍ , ମଙ୍ଗଳବାର ) ନୟାଗଡ଼ :- ଶରଣକୁଳ ପୁଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ଶରଣକୁଳ ଅଞ୍ଚଳରେ ଗଞ୍ଜେଇ ବେପାର କରୁଥିବା ଆସାମୀ କୁ ପୁଲିସ ଗିରଫ କରିଛି । ସୂଚନାନୁସାରେ , ମଜୁରିଆପଲ୍ଲୀ ଗ୍ରାମର ଅଭିମନ୍ୟୁ ନାୟକ ଏକ ଅଟୋ ସାହାଯ୍ୟରେ ୫୪ କେଜି ଗଞ୍ଜେଇ ଚାଲାଣ କରୁଥିଲେ ।
ପୁଲିସ ନଜରରେ ଥିବା ଅଭିମନ୍ୟୁ କୁ ପାଟୁଳି ସାହି ଛକ ନିକଟରେ ଅଟୋ ସହ ଗଞେଇ ଜବତ କରିଛି । ଉକ୍ତ ଆଟୋଟି ବାଲୁକୁଦିଆ ଅଞ୍ଚଳର ବୋଲି ଜଣାପଡିଛି । ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ,ସବଇନିସପେକ୍ଟର ଶିବରାମ ବେତ୍ରା , ଏଏସଆଇ ତୁଷାରକାନ୍ତ ନାୟକ ପ୍ରମୁଖ ଚଢଉ କରିଥିଲେ । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result