No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) କୋରାଇ :- ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ୟବର୍ଷ ପୂର୍ତି ଉପଲକ୍ଷେ ପ୍ରଧାନମବୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ପରାମର୍ଶକ୍ରମେ ବିଜେପି ପକ୍ଷରୁ ସମଗ୍ର ଭାରତ ବର୍ଷରେ ‘ସେବାହିଁ ସଙ୍ଗଠନ’ ନାମରେ କାର୍ଯ୍ୟକ୍ରମ ଚାଲୁରହିଛି । ଯାଜପୁର ଜିଲା ବିଜେପି ଓ ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଏହି ମହାମାରୀ କରୋନା ଓ ବତ୍ୟା ‘ୟସ’ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଯୁବ କାର୍ଯ୍ୟକର୍ତାମାନଙ୍କ ସହଯୋଗରେ ସୁଖିଲା ଖାଦ୍ୟ ଓ ତୁଣ୍ଡି ବଂଟନ ସମେତ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ସଂକଟ ସମୟରେ ଜିଲାରେ ରକ୍ତର ଅଭାବ ଦେଖାଦେଇଛି ।

ରକ୍ତ ଅଭାବରେ କାହାରିକୁ ମରିବାକୁ ଦିଆଯିବ ନାହିଁ; ଏହାର ଆବଶ୍ୟକତାକୁ ପୁରଣ କରିବା ଲକ୍ଷରେ ଆଜି ଯାଜପୁର ଜିଲା ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର କୋରାଇର ଦଳୀୟ କାର୍ଯ୍ୟଳୟ ଜହ୍ନା ଠାରେ ଅନୁଷ୍ଠିତ ହୋଇଥିଲା । ଜିଲାର ବିଭିନ୍ନ ପ୍ରାନ୍ତରୁ ୧୧୯ଜଣ କାର୍ଯ୍ୟକର୍ତା ଯୋଗଦେଇ ରକ୍ତଦାନ କରିଥିଲେ । ଆଗାମୀ ଦିନରରେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏପରି ସେବାକାର୍ଯ୍ୟ ଜାରିରହିବା ସହ ରକ୍ତଦାନ ଶିବିରମାନ ଅୟୋଜନ କରାଯିବ ବୋଲି ଜିଲା ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି ଶିବରକୁ ଜିଲା ବିଜେପି ସଭାପତି ଶ୍ରୀ ରାୟ ଉଦଘାଟନ କରିଥିଲେ ।

ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ବିକ୍ରମ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ରାଜ୍ୟ ବିଜେପି ସଂପାଦକ ଅମର ନାୟକ, ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପବଳ ସାମନ୍ତ, କୋରାଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ, ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲିକ, ରାଜ୍ୟ ମହିଳା ସଂପାଦିକା ଇତିଶ୍ରୀ ଜେନା, ବରୀବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଜିଲାସାଧରଣ ସଂପାଦକ ସୁଦୀପ୍ତ ପଣ୍ଡା ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଅନୁଷ୍ଠିତ ଶିବରରେ ସର୍ବେଶ୍ୱର ବେହୁରା, ନଟବର ବେହେୁରା, ପ୍ରମୋଦ ସାହୁ, ଦୀପ୍ତିମୟୀ କୁଅଁର, ବିଜୟ ଘଡାଇ, ଦୁର୍ଗାପ୍ରସାଦ ପରିଡା, ରବୀନ୍ଦ୍ର ପୁହାଣ, ଲିପୁ ସିଂହ, ଲକ୍ଷ୍ମୀବଲ୍ଲଭ ସାମଲ, ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡାଇ, ସରୋଜ ଦେ, ଅଶିଷ ଦାସ, ସନ୍ଦୀପ ପରିଡା, ମନୋଜ ବେହେରା, ଅମ୍ଳାନ ସାହୁ, ସୁଜିତ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଅମର ମଲ୍ଲିକ, ହୃଷିକେଶ ମେକାପ, ସତ୍ୟଜିତ ସାମଲ, ଦେବାଶିଷ ପାଣିଗ୍ରାହୀ, ଶିଦ୍ଧାର୍ଥ ବିଶ୍ୱାଳ, ଅଭିଳାଶ ସାହୁ, ଶୁଭମ ଓଝା, ସମ୍ବିତ ନାୟକ, ପ୍ରସନ୍ନ ବେହେରା, ସୌମ୍ୟରଞ୍ଜନ ସାହୁ, ପ୍ରଶାନ୍ତ ସାହୁ, ଲାଲାଟେନ୍ଦୁ ନାୟକ, ରଞ୍ଜିତା ପରିଡା, ଗୋଲାକ କର, ଦିଲ୍ଲୀପ ରାଉତ, ବିଶ୍ୱଜିତ ରାଉତ, ସରୋଜ ସାହୁ, ଜିତେନ୍ଦ୍ର ମୁଦୁଲି, ଅବିନାଶ ସାହୁ ପ୍ରମୁଖ ସମାଲି ହୋଇ ସହଯୋଗ କରିଥିଲେ ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result