• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୀତି ଆୟୋଗ ରିପୋର୍ଟ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ କଳିକୁ ନେଇ କଂଗ୍ରେସର ସମାଲୋଚନା ଅପାରଗ ସରକାର, ଅପରିଣାମଦର୍ଶୀ ନିଷ୍ପତି, ଲୋକେ ହନ୍ତସନ୍ତ : କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
June 8, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ନୀତି ଆୟୋଗ ରିପୋର୍ଟ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ  କଳିକୁ ନେଇ କଂଗ୍ରେସର ସମାଲୋଚନା  ଅପାରଗ ସରକାର, ଅପରିଣାମଦର୍ଶୀ ନିଷ୍ପତି, ଲୋକେ ହନ୍ତସନ୍ତ : କଂଗ୍ରେସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) ଭୁବନେଶ୍ୱର :- ନୀତି ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସନରେ ଥିବା ଦୁଇ ରାଜନୈତିକ ଦଳ ଭିତରେ ବାଦୀପାଲା ସଦୃଶ ତର୍କ ଚାଲିଥିବା ଦେଖାଦେଉଛି । ସେହି ପ୍ରସଙ୍ଗରେ ପାଲାର ଶ୍ରୀ ପାଳିଆମାନେ ଗାଇଥିବା ପଂକ୍ତି ତୁ ତ ମତୁରୀ ମୁଁ ତ ମୁତୁରୀ ହେଁସ କାହିଁପାଇଁ ଧୋଇବା ମନେପଡ଼ିଯାଉଛି । ଦେଶର ଜନସାଧାରଣ ଦୀର୍ଘ ୬୦ବର୍ଷର ସରକାରକୁ ଶାସନରୁ ହଠାଇ, ଆଛାଦିନ ଆସିବ ଭାବି ଭାଜପାକୁ ୬୦ମାସ ସୁଯୋଗ ଦେଇ କେବଳ ପ୍ରତାରିତ ହେଲେ । ଲୋକେ ପୁର୍ନବାର ଯେଉଁ ସୁଯୋଗ ଦେଲେ ଏଥିରେ ବାସ୍ତବ ସ୍ଥିତି ଅପେକ୍ଷା ରାମମନ୍ଦିର ଧର୍ମକୁ ନେଇ ବିଷମଭାବେ, ଧାରା ୩୭୦କୁ କବର ଦେବା ଆଦି ସମ୍ବାଦ ଦେଖି ଲୋକେ ବାସ୍ତବ ସ୍ଥିତି ଠାରୁ ଦୁରେଇ ଯାଇଥିଲେ ।

ଆଶାତିତ ଭାବେ ଭାଜପାକୁ ଭୋଟ ଦେଲେ କିନ୍ତୁ ପ୍ରଥମ ପାଳି ୬୦ ମାସ ପୂରଣ ହେବା ସତ୍ୱେ ଆଛାଦିନ ନଆସିବ କାହାର ଅପାରଗତାକୁ ସୂଚାଉଛି? କଳାଟଙ୍କା ପ୍ରତ୍ୟାବର୍ତନ ପ୍ରତିଶ୍ରୁତି ଭୂଲିଗଲେ ଏବଂ ଦେଶରୁ ବିଭିନ୍ନ ବ୍ୟାଙ୍କରୁ ୫ ଲକ୍ଷ କୋଟି ଗାୟବ କରି ମୋଦୀଙ୍କ ବନ୍ଧୁମାନେ ବିଦେଶକୁ ଚମ୍ପଟ ମାରିଲେ । ସେହିପରି ଓଡ଼ିଶାଭଳି ରାଜ୍ୟରେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନର ପ୍ରତିଜ୍ଞା କରି ନବୀନ ପଟ୍ଟନାୟକ ପାଂଚ ପାଂଚ ଥର କ୍ଷମତା ହାସଲ କରିଛନ୍ତି । ଏହି ଦୁଇ ରାଜନୈତିକ ଦଳ ଓ ତାଙ୍କର ନେତାଙ୍କୁ ୭ଟି ପ୍ରଶ୍ନ ପଚାରିଛନ୍ତି ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ।

୧. ଯେଉଁ ଆଧାର ବା ମାପକାଠିକୁ ନେଇ ସରକାରୀ, ବେସରକାରୀ ଓ ଅଭିଜ୍ଞ କ୍ଷାତିସମ୍ପନ୍ନ ଜାତୀୟ ଆର୍ନ୍ତଜାତୀୟ ସଂସ୍ଥାମାନେ ବିଭିନ୍ନ ସମୟରେ ଦୁଇ ସରକାରଙ୍କ ପାରଙ୍ଗମତା ଓ ଅପରାଗତା ଉପରେ ତଥ୍ୟ ରଖିଛନ୍ତି, ସେ ସବୁକୁ ବିଶ୍ୱାସ କରନ୍ତି ନା ନାହିଁ ? ଅର୍ଥାତ ସେଥି ମଧ୍ୟରୁ ନୀତି ଆୟୋଗ, ସିଏମ୍‌ଆଇଇ, ଆରଏସଓ, ଏନ୍‌ଏସ୍‌ଏସ୍‌ଓ, ଅକସ୍‌ଫାମ, ଆଇଏଲଓ, ଅଜିମ୍‌ପ୍ରେମଜୀ ବିଶ୍ୱାବିଦ୍ୟାଳୟ ତଥା ବିଭିନ୍ନ ବ୍ୟାଙ୍କର ଗବେଷଣାତ୍ମକ ତଥ୍ୟରୁ ଯେଉଁ ସତ୍ୟ ସାମନାକୁ ଆସୁଛି ତାହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଶ୍ୱାସ ଅଛିତ? ଯେଉଁ ତଥ୍ୟ ଉପରେ ଉଭୟ ସରକାରଙ୍କର ବିଶ୍ୱାସ ଓ ଭରଷା ଅଛି କିମ୍ବା ଯେଉଁ ଗୁଡ଼ିକୁ ତାଙ୍କୁ ସୁହାଉଛି ଅବା ସୁହାଉ ନାହିଁ ତାହା ସର୍ବସାଧାରଣରେ ସ୍ପଷ୍ଟ ଭାବେ ପ୍ରକାଶ କରିବେ କି ? ଏ ସମ୍ପର୍କରେ ସ୍ପଷ୍ଟୋକ୍ତି ଆସିଲେ ଦେଶର କ୍ରମାଗତ ଅଧୋଗତି ପାଇଁ ବିଜ୍ଞ ବ୍ୟକ୍ତିମାନେ ଉଭୟ ସରକାରଙ୍କୁ ପ୍ରଶ୍ନ କରିପାରିବେ ।

୨. ଉଭୟ ସରକାର ଓ ସରକାରରେ ଥିବା ଦଳ ନିଜ ନିଜର ଅପାରଗତା ଘୋଡ଼ାଇବା ପାଇଁ ଆଉ କେତେବର୍ଷ କଂଗ୍ରେସ ଓ ତାର ନେତାମାନଙ୍କୁ ଦୋଷ ଦେଇ ଚାଲିବେ? ରାଜ୍ୟରେ ବିଜୁଜନତା ଦଳର ଶାସନ, କଂଗ୍ରେସର ନିରଂକୁଶ ଓ ନିରବଛିନ୍ନ ଶାସନ ଠାରୁ ଅଧିକ ସମୟ ହେଲଣି ଓ କେନ୍ଦ୍ରରେ ଥିବା ମୋଦି ସରକାର ୬୦ମାସ ମାଗିଥିବା ବେଳେ ୧୨୦ ମାସ ସୁଯୋଗ ପାଇଲେଣି । ସେଥିରୁ ୮୦ ମାସ ଟପିଯିବା ସତ୍ୱେ ସ୍ଥିତି ସୁଧୁରିବା ପରିବର୍ତେ ବିଗିଡ଼ିବାରେ ଲାଗିଛି । ଭାରତର ସ୍ଥିତି ବିଶ୍ୱର ୧୯୩ ଦେଶମାନଙ୍କ ମଧ୍ୟରୁ ୧୧୭ତମ ସ୍ଥାନରେ ଅଛି ଓ ପଡ଼ୋଶୀ ଦେଶ ବାଙ୍ଗଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ଓ ପାକିସ୍ଥାନ ଆଦି ଆମ ଠାରୁ ଢ଼େର ଭଲ ସ୍ଥିତିରେ ଅଛନ୍ତି ।

୩. କେଉଁ ଆଧାରରେ ଗତ ୮୦ ମାସରେ ରାଜ୍ୟ ସରକାର କେନ୍ଦ୍ର ଠାରୁ ପୁରସ୍କାର ଓ ସାର୍ଟିଫିକେଟ ହାସଲ କରିଚାଲିଥିଲେ ବା ସାଉଁଟିଥିଲେ? ସେହି ମାପକ ବିଶ୍ୱାସଯୋଗ୍ୟ ନା କେବଳ ସନ୍ତୁଷ୍ଟକାରୀ, ଯାହାକୁ ନେଇ ରାଜ୍ୟ ସରକାର ନିଜେ ନିଜର ପିଠି ଥାପୁଡ଼ି ଚାଲିଥିଲେ ଓ କେନ୍ଦ୍ରର ଏକ ବିଶ୍ୱସ୍ତ ସହଯୋଗୀ ଭାବରେ କାମ କରୁଥିଲେ ତାହାର ଉତର ରାଜ୍ୟବାସୀଙ୍କ ଆଗରେ ରଖିବେକି!

୪. ଏହା କଣ ଅସତ୍ୟ ଭାରତ ସରକାରଙ୍କର ପ୍ରତିଶ୍ରୁତି ଅନୁସାରେ ଗତ ୭ ବର୍ଷରେ ୧୪ କୋଟି ରୋଜଗାର ଦେବା ପରିବର୍ତେ କରୋନା ପୂର୍ବରୁ ବେରୋଜଗାରୀ ଗତ ୪୫ ବର୍ଷର ରେକର୍ଡ ଭାଙ୍ଗି ସବୁଠୁ କମ ୬.୧ % ହୋଇଥିଲା ଏବଂ ଏବେ କରୋନା ସମୟରେ ୧୨% ରେ ପଂହଚିଛି । ଆଜି ପଡ଼ୋଶୀ ଦେଶ ପାକିସ୍ଥାନ (୪.୫%), ବାଙ୍ଗଲା ଦେଶ (୫.୩%) ଶ୍ରୀଲଙ୍ଗା (୪.୪୮%), ନେପାଳ (୪.୪୪%) ପ୍ରଭୁତି ଭାରତ ଠାରୁ ସୁବିଧାଜନକ ସ୍ଥିତିରେ ନାହାଁନ୍ତି କି ?

୫. ଏହାକଣ ଅସତ୍ୟ ଦେଶରେ ମାତ୍ର ୩% ଲୋକଙ୍କର ଆୟ ହୁ ହୁ ହୋଇ ବଢ଼ିଛି ଓ ବାକି ୯୭% ଲୋକଙ୍କର ଆୟ ଖୁବ ତଳକୁ ଖସିଛି । ସଦ୍ୟତମ ସରକାରୀ ତଥ୍ୟ ଅନୁସାରେ ଦେଶରେ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ୍‌ର ଶାସନ ଚାଲିଛି ସେହି ସବୁ ରାଜ୍ୟ, ଜନତାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଆଦି ମୌଳିକ ସେବା ଯୋଗାଇ ଦେବାରେ ତଳ ଆଡ଼ୁ ଏକନମ୍ବର ହୋଇଛନ୍ତି ।

୬. ଏହା କଣ ଅସତ୍ୟ ଯେ ଖାଉଟି କଂଗ୍ରେସ ସରକାର ସମୟରେ କେବେ ବି ଦୀର୍ଘ ଦିନ ଧରି ଶୋସିତ ହେଉନଥିଲେ । ଆଜିର ଦିନରେ ମୁଦ୍ରାସ୍ପତି ୧୨%କୁ ଟପିବାକୁ ବସିଲାଣି, ଦରଦାମ ବୃଦ୍ଧି ୨୮୦ ରୁ ୩୮୦ ଗୁଣ ବଢ଼ି ଆକାଶଛୁଆଁ ହେଲାଣି । ପେଟ୍ରୋଲ ଓ ଡିଜେଲର ଦର ଦୁଇ ସରକାରଙ୍କ ଟିକସ ହେତୁ ଗତ ୭୦ ବର୍ଷରେ ସର୍ବାଧିକ । ଏପରିକି ମନମୋହନ ସିଂ ଛାଡ଼ି ଯାଇଥିବା ସମୟର ମୂଲ୍ୟ ବର୍ତମାନ ଦୁଇଗୁଣ ଛୁଇଁବାକୁ ବସିଲାଣି ।

୭. ଦେଶର ସମୃଦ୍ଧି ଓ ବିକାଶ ଆଜି ଧୂଳି ଚାଟିଲାଣି । ଟିକସ ହାର ମାଟି ଚାଟିଲାଣି ଓ ଦେଶର ଜିଡିପି ସର୍ବକାଳୀନ ନିମ୍ନରେ ବିଜୁକ୍ତାତ୍ମକ ଭାବେ (- ୭.୩%) ରେ ପଂହଚିଛି ଓ ଆସନ୍ତା ବର୍ଷ ୨୦୨୧-୨୨ ରେ ମଧ୍ୟ ତାହାର ପୁନରାବୃତି ଘଟିବ ଏହା କ’ଣ ଅସତ୍ୟ ଅଟେକି? ୨୦୧୪-୧୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ସମୃଦ୍ଧି ଉପରମୁହାଁ ହୋଇଥିବା ବେଳେ ୨୦୧୬-୧୭ ମସିହାରେ ନୋଟବନ୍ଦି ପରେ କ୍ରମାଗତ ଭାବରେ ନିମ୍ନଗାମୀ ହୋଇଚାଲିଛି । ବିମୁଦ୍ରାୟନ, ଜିଏଷ୍ଟି ଆଇନ ଭଳି ଅନେକ ବିବାଦିୟ ଆଇନକୁ ପାରିତ କରିବାରେ ରାଜ୍ୟ ବିଜେଡ଼ି ସରକାର କେନ୍ଦ୍ର ବିଜେପି ସରକାରଙ୍କୁ ଅକୁଣ୍ଠ ସମର୍ଥନ ଯୋଗାଇ ଦେଇନାହିଁକି ? ଗୋଦରୀଲୋ ନିଜ ଗୋଡ଼କୁ ଅନା ନ୍ୟାୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ଅପରିଣାମଦର୍ଶୀ ନିଷ୍ପତି ଓ ଅପାରଗତାକୁ ତର୍ଜମା କରିବେକି? ଉଭୟ ସରକାର ଆଜି ସାଧାରଣ ଜନତାଙ୍କ ପେଟକାଟିଛନ୍ତି ଓ ପକେଟ ବି କାଟିଛନ୍ତି । ଏ ୭ଟି ପ୍ରଶ୍ନର ଉତର ରାଜ୍ୟର ଜନତାଙ୍କ ସାମନାରେ ରଖିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ଉଭୟ ବିଜେପି ଓ ବିଜେଡ଼ିକୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version