No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ୯ଜଣ କିନ୍ନର ମାନଙ୍କୁ ପରିଚୟ ପତ୍ର ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି । ଗତକାଲି ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ୯ଜଣ କିନ୍ନରଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏହି ପରିଚୟପତ୍ର ଦ୍ୱାରା ସେମାନଙ୍କୁ ଆଗାମୀ ଦିନରେ ରେସନକାର୍ଡ, ଆଧାର କାର୍ଡ, ଭତ୍ତା ଆଦି ସରକାରୀ ସହାୟତା ମିଳିବାରେ ସହୟତା ହେବ ।
ଗଜପତି ଟ୍ରାନ୍ସଜେଣ୍ଡରର ସଭାପତି ମଧୁ ବରାଡ, ସମ୍ପାଦକ ଅବ୍ଦୁଲ ଅଜିମ ଏନେଇ ଗଜପତି ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ପରିଚୟପତ୍ର ପାଇଥିବା ୯ଜଣ ହେଲେ ମଧୁ ବରାଜ, ଅବ୍ଦୁଲ ଅଜିମ, ଆଇଶା ପ୍ରଧାନ ସୁନୀତା ମିଶାଲ, ଭୁବନ ଅନନ୍ତ, ଘାସି ଗୌଡ, ପିତାମ୍ବର ତୃଣ ବୋଲି ଜଣାପଡିଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ ଯୋଗ ଦେଇ ଏହି ପରିଚୟପତ୍ର ପ୍ରଦାନ କରିଥିଲେ । ( ରିପୋର୍ଟ- ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result