No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ସକାଳେ “କୋଭିଡ ସଚେତନତା ରଥ” କୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଉଦଘାଟନ କରିଥିଲେ l ଏହି ସଚେତନତା ରଥ ଏକ ସପ୍ତାହ ଧରି ଗଜପତି ଜିଲ୍ଳାର ବିଭିନ୍ନ ଅଞ୍ଚଳ ରେ ସଚେତନତାର ବାର୍ତାକୁ ପ୍ରଚାର କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଉଦ୍ଧେଶ୍ୟ l କୋଭିଡ ସଚେତନତା ରଥ ଆଜି ୫ତାରିଖ ଦିନ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ପରିକ୍ରମା କରି କୋଭିଡ କୁ ନେଇ ସଚେତନତା ସୃଷ୍ଟି କରିବ l

୭ତାରିଖ ଦିନପାରଳାଖେମୁଣ୍ଡିର ବଳକା ଅଞ୍ଚଳ ସମେତ ଗୋଷାଣୀ ବ୍ଲକ, ୮ତାରିଖ ଦିନ ଗୁମ୍ମା ବ୍ଲକ, ୯ତାରିଖ ଦିନ ରାୟଗଡ଼ ବ୍ଲକ, ୧୦ତାରିଖ ଦିନ ନୂଆଗଡ ଓ ଆର ଉଦୟଗିରି ବ୍ଲକ ଏବଂ ୧୧ ତାରିଖ ଦିନ ମୋହନା ବ୍ଲକ ପରିକ୍ରମା କରି କୋଭିଡ ସଚେତନତା ପ୍ରଚାର କରି ଭୁବେଶ୍ବର ଫେରିଯିବl ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି l ଏହି ଉଦଘାଟନ ଉତ୍ସବରେ, ପିଏ ଆଇ ଟି ଡି ଏ ସୋରାଜ ବେହେରା, ଡି ସି ପି ଓ ଅରୁଣ କୁମାର ତ୍ରିପାଠୀ, କ୍ରିଡା ଅଧିକରୀ ତଥା ଡି ଆଇ ପି ଆର ଓ ଦାୟିତ୍ୱରେ ଥିବା ପ୍ରଭାକର ତ୍ରୀପାଠୀ, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ପୁର୍ବତନ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାମଚନ୍ଦ୍ର ପାଢୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ( ରିପୋର୍ଟ- ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result