• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିରାଶ୍ରୟଙ୍କ ପାଇଁ କରୋନା ଟିକା ; କରୋନା ବିରୁଦ୍ଧରେ ବି ଏମ୍ ସି ର ସ୍ୱତନ୍ତ୍ର ପଦକ୍ଷେପ

Proprietor Abhimanyu Maharana by Proprietor Abhimanyu Maharana
June 4, 2021
in ଓଡ଼ିଶା, କରୋନା, ମହାନଗର, ହୋମ୍
0
ନିରାଶ୍ରୟଙ୍କ ପାଇଁ କରୋନା ଟିକା ; କରୋନା ବିରୁଦ୍ଧରେ ବି ଏମ୍ ସି ର ସ୍ୱତନ୍ତ୍ର ପଦକ୍ଷେପ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଭୁବନେଶ୍ୱର :- ଅନ୍ତର୍ଭୁକ୍ତିକରଣରେ ନିଜକୁ ପ୍ରତିପାଦନ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଏହି ରଣନୀତି ଏକ ସାମାଜିକ ପ୍ରତିଷ୍ଠା ଦେବା ସହିତ ସମସ୍ତ ବର୍ଗର ନାଗରିକଙ୍କୁ ଦେଇଛି ନିଜର ସମ୍ମାନ । ଏହାର ଏକ ନିଦର୍ଶନ ସ୍ୱରୂପ ଆଜି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ସମ୍ପୃକ୍ତ ଜୋନାଲ୍‌ ଡ଼େପୁଟି କମିଶନର ମାନଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଏହି ଟିକାକରଣ ବିଭିନ୍ନ ଏସ୍ ୟ ୁ ଏଚ୍ ରେ ଆରମ୍ଭ କରାଯାଇଛି ।

ଆରମ୍ଭ ହୋଇଥିବା ଏସ୍ ୟୁ ଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥଜୋନ୍‌), ଭୀମ୍‌ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍‌) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍‌) । ବି ଏମ୍ ସି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି ଏବଂ ସମସ୍ତ ଏସ୍ ୟୁ ଏଚ୍ ରେ ଏହି ଟିକାକରଣ କରାଯିବ ବୋଲି କହିଛନ୍ତି କର୍ତୃପକ୍ଷ । ସମାଜର ବିଭିନ୍ନ ବର୍ଗଙ୍କୁ ଆମେ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । କେବଳ ଟିକାକରଣ ନୁହେଁ କୋଭିଡ଼୍ ଟେଷ୍ଟିଂର ମଧ୍ୟ ଏହିଭଳି ସୁବିଧା କରାଯାଇଛି । ଏସ୍ ୟୁ ଏଚ୍ ଅନ୍ତେବାସୀଙ୍କ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହନ କରିବା ଦ୍ୱାରା ସେମାନଙ୍କ ମନରେ କରୋନା ଜନିତ ଆଶଙ୍କା ଦୂରହେବା, କରୋନା ସଚେତନତା ବଢିବା ଏବଂ ସେମାନଙ୍କର ପ୍ରକୃଷ୍ଟ ଯତ୍ନ ନେବାର ଯଥାର୍ଥତା ରକ୍ଷା ହେବବୋଲି କହିଛନ୍ତି ବି ଏମ୍ ସି କମିଶନର ।

ଆଜି ସକାଳ ୯ ଘଟିକା ସମୟରେ ଏହି ଟିକାକରଣ ପ୍ରକ୍ରିୟା ଉତର ଜୋନ୍‌ର ଚନ୍ଦ୍ରଶେଖରପୁର ସ୍ୱତନ୍ତ୍ର ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ଉକ୍ତ ଏସ୍ ୟୁ ଏଚ୍ ର ଟିକାକରଣ ପ୍ରକ୍ରିୟା ସମ୍ପାଦନ କରାଇଛନ୍ତି । ଏଠାରେ ସମୁଦାୟ ୩୬ ଜଣ ଟିକା ନେଇଛନ୍ତି । ଅନ୍ୟ ପକ୍ଷରେ ଦକ୍ଷିଣ-ପଶ୍ଚିମ ଜୋନ୍ ର ଗଙ୍ଗନଗର ଏସ୍ ୟୁ ଏଚ୍ ଏବଂ ଭୀମପୁର ଆଶ୍ରୟସ୍ଥଳୀରେ ସମୁଦାୟ ୫୦ ଜଣଙ୍କୁ କୋଭିଡ଼୍ ଟିକା ନେବାରେ ଉପସ୍ଥିତ ଥିଲେ ଦକ୍ଷିଣ-ପୂର୍ବ ଜୋନ୍ ର ଜୋନାଲ୍ ଡ଼େପୁଟି କମିଶନର ରବିନାରାୟଣ ଜେଠୀ । ଅନୁରୂପ ଭାବେ ଦକ୍ଷିଣ-ପୂର୍ବ ଜୋନ୍‌ରେ ମଧ୍ୟ ଜୋନାଲ୍ ଡ଼େପୁଟି କମିଶନର ଅଂଶୁମାନ ରଥଙ୍କ ଉପସ୍ଥିତିରେ ସ୍ଥାନୀୟ ଅଶୋକନଗର ସ୍ଥିତ ଏସ୍ ୟୁ ଏଚ୍ ରେ ଟିକାକରଣ କରାଯାଇଛି । ଏଠାରେ ଆଜି ସମୁଦାୟ ୨୫ ଜଣ ଟିକା ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ କି,ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ସୋସିଆଲ୍ ଇକ୍ୟୁଇଟି ସେଂଟର, ଅଶୋକ ନଗର, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ଭୀମପୁର, ଘାଟିକିଆ, ଚନ୍ଦ୍ରଶେଖରପୁର, ଗଙ୍ଗନଗର ଏବଂ ମାଳିସାହି ଏସ୍ ୟୁ ଏଚ୍ ମାନଙ୍କରେ ପାଖାପାଖି ୪୦୦ ଅନ୍ତେବାସୀଙ୍କ ରହିବା ସୁବିଧା ଥିବାବେଳେ ମହାମାରୀ ସମୟରେ ଏହିସବୁ ସ୍ଥାନରେ ୮୦ ରୁ ୯୦ ପ୍ରତିଶତ ଅନ୍ତେବାସୀ ରହୁଛନ୍ତି । ଏମାନଙ୍କ ମଧ୍ୟରେ ବୃଦ୍ଧ, ବୃଦ୍ଧା, ମାନସିକ ଭିନ୍ନକ୍ଷମ, ଶ୍ରମିକ ଏବଂ ଅସହାୟ ମହିଳାମାନେ ରହୁଛନ୍ତି । ନିକଟ ଅତୀତରେ ଭିକ୍ଷାବୃତି କରୁଥିବା ଏବଂ ଶ୍ରମଜୀବି ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ଏବଂ ବି ଏମ୍ ସି ତରଫରୁ ସରକାରଙ୍କ ନିୟମ ଅନୁସାରେ ଏହି ଅନ୍ତେବାସୀ ମାନଙ୍କର ଯତ୍ନ ନିଆଯାଇଛି । ଏସ୍ ୟୁ ଏଚ୍ ରେ ଟିକାକରଣ ପ୍ରକ୍ରିୟା ଚାଲୁରହି ଯଥାଶୀଘ୍ର ଏହାକୁ ଶେଷ କରାଯିବ ଏବଂ ଏଠାରେ ଥିବା କୌଣସି ଅନ୍ତେବାସୀଙ୍କର କୋଭିଡ଼୍ ସମ୍ପର୍କୀତ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସେମାନଙ୍କର ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ଼୍ କେୟାର ସେଂଟର/କୋଭିଡ଼୍ କେୟାର ହସ୍ପିଟାଲ୍ କୁ ପଠାଯାଉଛି । ଏପରିକି ଯଦି କାହାରିକୁ ଏସ୍ ୟୁ ଏଚ୍ ରେ ରଖିବାକୁ ପଡ଼ୁଛି ଏହା ପୂର୍ବରୁ ସେମାନଙ୍କର କୋଭିଡ଼୍ ଟେଷ୍ଟ୍ କରାଯାଉଛି ।

ଆଜିର ଆୟୋଜିତ ଟିକାକରଣରେ ଓଡ଼ିଶା ପତିତାଉଦ୍ଧାର ସମିତିର ସଂଯୋଜିକା ଦେବୀ ମାତୃମୟୀ ପ୍ରିୟଦର୍ଶିନୀ ଏବଂ ପରିଚାଳିକା ପ୍ରିୟମ୍ବଦା ବିଶ୍ୱାଳ ସମସ୍ତ କେନ୍ଦ୍ର ବୁଲି ଟିକାକରଣ ଟିମ୍ କୁ ସହଯୋଗ କରିବା ସହିତ କୋଭିଡ଼୍ ନିୟମ ମାନି କିପରି ଅନ୍ତେବାସୀମାନେ ଟିକା ନେଇପାରିବେ ସେଥିପାଇଁ ସହଯୋଗ କରିଥିଲେ । ବିଏମ୍‌ସି ନର୍ଥ ଜୋନ୍‌ରେ ଆରମ୍ଭ ହେଲା ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷା ଆଜି ଆଉ ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନ୍‌ରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ କରାଇଛନ୍ତି ବି ଏମ୍ ସି ନର୍ଥ ଜୋନ୍ । ସ୍ଥାନୀୟ ନିଳାଦ୍ରୀବିହାର ତାରିଣୀ ମାର୍କେଟ୍‌ରେ ଥିବା ପରିବା ଏବଂ ମାଛ, ମାଂସ ବ୍ୟବସାୟୀ ମାନଙ୍କର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଆରମ୍ଭରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ କୋଭିଡ଼୍ ପରୀକ୍ଷଣର ଉପାଦେୟତା ବାବଦରେ ବୁଝାଇଥିଲେ ।

ପରୀକ୍ଷଣରୁ କୋଭିଡ଼୍‌ ପଜିଟିଭ୍ ବାହାରିଲେ ସେମାନଙ୍କର ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ସରକାରଙ୍କ ବ୍ୟବସ୍ଥାରେ କରାଯିବ, ତେଣୁ ସ୍ୱେଚ୍ଛାକୃତ ଭାବେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା ।  ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି, ତେଣୁ ତାଙ୍କର କୋଭିଡ଼୍ ସ୍ଥିତି ଜାଣିହେଲେ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ଯିବନାହିଁ ଏବଂ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଜଗିପାରିବେ । ଜଣେ ବ୍ୟବସାୟୀ ଅତି କମ୍‌ରେ ୩୦ ରୁ ଅଧିକ ଜଣଙ୍କ ସଂସ୍ପର୍ଶରେ ଆସିଥାନ୍ତି । ତେଣୁ ସେମାନେ ନିଜେ ସୁସ୍ଥ ରହିଲେ ନିଜର ଗୁଜୁରାଣ ମେଂଟାଇବା ସହଜ ହେବ । ଏଥିପାଇଁ କମିଶନରଙ୍କ ଅନୁମତି କ୍ରମେ ନର୍ଥ ଜୋନ୍‌ରେ ସମସ୍ତ ପ୍ରକାର ବ୍ୟବସାୟୀଙ୍କ କୋଭିଡ଼୍ ପରୀକ୍ଷା କରିବାର ଅଭିଯାନ ଆଜି ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version