No Result
View All Result

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ପୁରୀ :- ଚକ ଡେରା ନୀତି ଅବସରରେ ପୁରୀ ବଡ଼ଦାଣ୍ଡ ରଥଖଳାରେ ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏ ଚକ ଲଗା ଲଗାଯାଇଛି । ଶ୍ରୀକ୍ଷେତ୍ର ରେ ବିନା ଭକ୍ତ ରେ ସମସ୍ତ ନୀତିକାନ୍ତି ସହ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଏହି ପବିତ୍ର ଦିନ ରେ ୩ ରଥ ର ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଛି.

ମହାରଣା ସେବକ ମାନଙ୍କ ଉପସ୍ଥିତି ରେ ସେବକ ମାନେ ଏହି ନୀତି ସମ୍ପାଦନ କରିଛନ୍ତି. ତେବେ ଭକ୍ତ ଙ୍କୁ ଏଡାଇବା ପାଇଁ ବଡଦାଣ୍ଡ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳ ରେ 144 ଧାରା ଲାଗୁ କରାଯାଇଥିଲା. ୩ଟି ରଥରେ ୨ ଚକର ଗୋଟିଏ ଲେଖାଏଁ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ଆରମ୍ଭ ହୋଇଥିଲା.

No Result
View All Result