No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ହୋଇଛି।ସବୁଠାରେ ଘନଉଛି ଭୀଷଣ ସଂକ୍ରମଣ।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର ଦୁଃଖଦ ବାତାବରଣ।ପରିସ୍ଥିତି ଏପରି ହୋଇଛି ଯେ ନିଜ ସମ୍ପର୍କୀୟଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲେ ମଧ୍ୟ ଶବକୁ ଚାରିକାନ୍ଧ ଦେବା ତ ଦୂରର କଥା ପାଖ ମାଡିବାକୁ କେହି ବି ଉଚିତ ମଣୁ ନ ଥିବା ଘଟଣା ସାମ୍ନାକୁ ଆସିଛି।ଏଭଳି ବିକଳ ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।କରୋନା ଏବେ ସହର ଛାଡି ଗାଁ ମୁଁହା ହୋଇଛି।ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ସମୟ ସାପେକ୍ଷ ହୋଇଛି।ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି। କରୋନାକୁ ମାତ ଦେବା ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ଗତ ମଙ୍ଗଳବାର ଜିଲ୍ଲାରେ କୋଭିଡର ସୁପରିଚାଳନା ସମ୍ପର୍କରେ ବିଭିନ୍ନ ପଦାଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ସକାଶେ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଗୁରୁବାର ବିଡ଼ିଓ ସୁବ୍ରତ କୁମାର ଜେନା ହିଞ୍ଜିଳି ବ୍ଳକ ସାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ କରୋନା ପରିଚାଳନା ପାଇଁ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।ମୁଖ୍ୟତଃ ସରପଞ୍ଚ,ସଭ୍ୟ ଓ କୋଭିଡ ମନିଟର,ଏଏନଏମ,ଆଶା ଓ ଅଙ୍ଗନବାଡିଙ୍କୁ ନେଇ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ଅଧିକରୁ ଅଧିକ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟିଂ ସହ ବ୍ୟାପକ ଭାବେ ଟୀକାକରଣ କରି ଗ୍ରାମବାସୀଙ୍କ ଜୀବନ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଆଲୋଚନା ବେଳେ ସରପଞ୍ଚ ରମା ଦାସ,ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,ପିଇଓ ଏସ.ରାଜେଶ, ଜିଆରଏସ , ଏଏନଏମ,କୋଭିଡ ମନିଟର,ଆଶା ଓ ଅଙ୍ଗନବାଡି ଉପସ୍ଥିତ ଥିଲେ । (ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result