No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡିରେ ପ୍ରବଳ ବର୍ଷାରେ ସହରର ପବିତ୍ର ଦୋଳବନ୍ଧ ମଧ୍ୟରେ ଦୂଷିତ ନର୍ଦ୍ଦମା ପାଣି ପ୍ରବେଶ କରିଛି । ଏହି ନର୍ଦ୍ଦମା ପାଣି ସହ ସହରର ବିଭିନ୍ନ ଅଳିଆ ଆବର୍ଜନା, ପଲିଥିନ୍ ଆଦି ସହ ବିଭିନ୍ନ ବର୍ଜ୍ୟବସ୍ତୁ ଦୋଳବନ୍ଧ ମଧ୍ୟରେ ପ୍ରବେଶ କରି ଏହାର ପ୍ରାକୃତିକ ପରିବେଶକୁ ଦୂଷିତ କରିଛି । ପାରଳାଖେମୁଣ୍ଡି ଦୋଳବନ୍ଧ କମିଟିର ଉପ-ସଭାପତି ରାଜେନ୍ଦ୍ର ବେହେରା ଏନେଇ କହିଛନ୍ତି ଯେ, ଦୋଳବନ୍ଧକୁ ପୁନଃଉଦ୍ଧାର କରିବା ପାଇଁ ପାରଳା ପୌର ପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଛି ।
ଦୋଳବନ୍ଧରେ ରହିଥିବା ପୁରାତନ ଜଳକୁ ନିଷ୍କାସନ ପାଇଁ ବନ୍ଧ କଟାଯାଇ ଏକ ନାଳ ଯୋଗେ ପାଣିକୁ ଛଡା ଯାଇଥିଲା । ଗତ ଦୁଇ ଦିନର କିଛି ପରିମାଣର ବର୍ଷାକୁ ନଜର ରଖି ଅଧିକ ବର୍ଷା ହେଲେ ନିଷ୍କାସନ ପାଇଁ ଥିବା ନାଳରେ ସହରର ବର୍ଷା ଜଳ ସହ ଦୂଷିତ ଜଳ ଅବର୍ଜନା, ପଲିଥିନ୍ ଆଦି ଦୋଳବନ୍ଧ ମଧ୍ୟରେ ପ୍ରବେଶ କରିବ । ଯଦ୍ୱାରା ଦୋଳବନ୍ଧର ପୁନଃଉଦ୍ଧାରର କୌଣସି ସୁଫଳ ମିଳିବ ନାହିଁ । ତେଣୁ ଏହି ନାଳଟିକୁ ତୁରନ୍ତ ବନ୍ଦ କରାଯାଉ ବୋଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲି ।
ସେ ପ୍ରତି ଉତ୍ତରରେ କହିଥିଲେ ନିଶ୍ଚିତ ଭାବେ ନାଳଟିକୁ ବନ୍ଦ କରାଯିବ । ତେବେ ନାଳଟି ବନ୍ଦ ନ ହେବା ଯୋଗୁଁ ପ୍ରବଳ ବର୍ଷାରେ ସମସ୍ତ ଦୂଷିତ ଜଳ, ଆବର୍ଜନା ଓ ବାହାରେ ଫୋପଡା ଯାଇଥିବା ପଲିଥିନ୍ ଆଦି ନାଳ ମାଧ୍ୟମରେ ଦୋଳବନ୍ଧରେ ପ୍ରବେଶ କରି ପରିବେଶକୁ ଦୂଷିତ କରିଛି l ଗଜପତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଏହାର ପ୍ରତିକାର କରିବା ପାଇଁ ସର୍ବସାଧରଣ ରେ ଦାବି ହେଉଛି (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result