No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ହିଞ୍ଜିଳିକାଟୁ :- ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶାର ପ୍ରତିଟି ଦୋହା ଓ ଚୌପାଇକୁ କାଠରେ ଖୋଦେଇ କରି ପୁସ୍ତକ ଭାବେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ଅରୁଣ କୁମାର ସାହୁ । ଏହାକୁ ପ୍ରସ୍ତୁତ କରିବା ପାଇଁ ଅରୁଣ ଗମ୍ଭାରୀ କାଠକୁ ବ୍ୟବହାର କରିଥିବା ବେଳେ ନିହଣ ଓ ବ୍ଳେଡ଼ ସହାୟତାରେ ଖୋଦେଇ କରି ଏହାକୁ ପ୍ରସ୍ତୁତ କରିଥିବା ନେଇ ଅରୁଣ କହିଛନ୍ତି । ମୋଟ ୫ ପୃଷ୍ଠାରେ ଦୋହା ଓ ଚୌପାଇକୁ କାଠରେ ଖୋଦେଇ କରି ଲେଖାଯାଇଥିବା ବେଳେ ପୁସ୍ତକ ଭଳି ସମ୍ମୁଖ ଓ ପଶ୍ଚାତ ଭାଗରେ ମଲାଟ ରଖାଯାଇଛି । ମଲାଟ ଉପରେ ଶ୍ରୀ ହନୁମାନଙ୍କ ଖୋଦିତ ପ୍ରତିକୃତି ମଧ୍ୟ ରଖାଯାଇଛି, ଯାହାକି ବେଶ ଆକର୍ଷଣୀୟ ହୋଇଛି । ଏହି ୭ ପୃଷ୍ଠା ବିଶିଷ୍ଟ କାଠ ନିର୍ମିତ ହନୁମାନ ଚାଳିଶା ପୁସ୍ତକର ଦୈର୍ଘ୍ୟ ୧୦.୫ଇଂଚ, ପ୍ରସ୍ତ ୯ଇଂଚ ଓ ମୋଟେଇ୨.୫ ଇଂଚ ରହିଛି । ଏଭଳି ସେ ୨ଟି କାଠ ଖୋଦିତ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କରିଥିବା ବେଳେ ଏହାକୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷଣେ ଏହାକୁ ନେଇ ଗିନିଜ ବୁକ୍ ଅଫ ୱାର୍ଲ୍ଡରେ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଶିଳ୍ପୀ ଅରୁଣ କହିଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଂଚୁରୁ ପଂଚାୟତ କଂଟେଇକୋଳି ଗ୍ରାମର ଭାସ୍କର ସାହୁଙ୍କ ପୁତ୍ର ଅରୁଣ କୁମାର ସାହୁ ୧୯୮୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିବା ପରେ ସରକାରୀ କଂଚୁରୁ ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଉତୀର୍ଣ୍ଣ ଲାଭ କରିଥିଲେ । ପରେ ହିଞ୍ଜିଳିକାଟୁ ସ୍ୱଂୟଶାସିି ବିଜ୍ଞାନ ମହାବିଦ୍ୟାଳୟରେ +୨ କଳାରେ ନାମ ଲେଖାଇ ଉତୀର୍ଣ୍ଣ ଲାଭ କରିଥିଲେ । ପରେ +୩ରେ ନାମ ଲେଖାଇଥିଲେ ମଧ୍ୟ ପରିବାରର ଆର୍ଥୀକ ଅଭାବ ଯୋଗୁଁ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ପରିବାର ପ୍ରତିପୋଷଣ ସକାଶେ ବାପାଙ୍କ ସହ ମିଶି ଆରମ୍ଭ କରିଥିଲେ କାଠ କାମ ।

ପିଲାବେଳୁ ଦେଶ ବିଦେଣ ଭ୍ରମଣ କରିବାକୁ ମନରେ ଥିଲା ପ୍ରବଳ ଆଗ୍ରହ କିନ୍ତୁ ଆର୍ଥୀକ ଅନଟନ କାରଣରୁ ମନର ଇଚ୍ଛା ସଫଳ ହୋଇପାରୁନଥିଲା । ପରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରତିକୃତିକୁ କାଠରେ ନିର୍ମିତ କରିବା ପାଇଁ ମନରେ ବେଶ ଆଗ୍ରହ ଜନ୍ମିଥିଲା । ଘଟରା କ୍ରମେ ଦିନକୁ ଦିନ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରତିକୃତି ନିର୍ମିତ କରି ଖ୍ୟାତି ଅର୍ଜନ କରିବାରେ ଲାଗିଲେ । ଇଫିଲ ଟାସ୍ୱାର, ତାଜମହଲ, ଧଉଳିସ୍ତୁପ ସମେତ ଓଡ଼ିଶା ବିଧାନଶୌଧର ପ୍ରତିକୃତିକୁ କାଠରେ ନିର୍ମିତ କରିଥିଲେ । ଏଭଳି ପ୍ରତିକୃତି ଗିନିଜ ବୁକ୍ ଅଫ୍ ଇଣ୍ଡିଆରେ ସ୍ଥାନିତ ହୋଇପାରିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ବ୍ୟବସାୟ ଠପ ହୋଇପଡ଼ିଥିଲା । ଏଭଳି ସ୍ଥିତିରେ କାମଧନ୍ଦା ନପାଇ ଅରୁଣ ବେକାର ହୋଇ ଘରେ ବସି ରହିଥିଲେ ।

ହଠାତ ମହାମାରୀ କରୋନା ଦାଉରୁ ରକ୍ଷା ପାଇଁ ହନୁମାନଙ୍କୁ ପାର୍ଥନା କରାୁଚଥିବା ବେଳେ ହନୁମାନ ଚାଳିଶାକୁ କାଠରେ ଖୋଦେଇ କରି ପୁସ୍ତକ ଆକାରେ ପ୍ରକାଶ କରିବାକୁ ମନରେ ଆଶିଥିଲା ପ୍ରବଳ ଆଗ୍ରହ । ପରେ ସେ ଏଥିପାଇଁ କାମରେ ଲାଗି ପଡ଼ିଥିଲେ । ଦୀର୍ଘ ୧ ମାସ ପରିଶ୍ରମ ପରେ ତାଙ୍କରି ଶ୍ରମ ସାର୍ଥକ ହୋଇପାରିଛି । ଏଥିପାଇଁ ସେ ଖୁବ୍ ଖୁସି ଥିବା ଜଣାପଡ଼ିଛି । ଏଥି ସହ ଅରୁଣ ମହାମାରୀ କରୋନା ସମୟରେ କରୋନା ପ୍ରତିକୃତି ତିଆରି କରି ସେଥିରେ ରହି ଗାଁ ଗାଁ ବୁଲି ମୁଁ କରୋନା- କାହାକୁ ଡ଼ରେନା , ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା ସହ ପ୍ରଶାସନର ସମସ୍ତ କୋଭିଡ଼ କଟକଣାକୁ ମାନି ଚଳିବା ପାଇଁ ସଚେତନ କରୁଥିବାର ଦେଖ୍ିବାକୁ ମିଳିଛି । ସରକାରୀ ସହାୟତା ଓ ସହଯୋଗ ମିଳିଲେ ଆହୁରି ଆଗକୁ ବଢି ପାରିବିବ ବୋଲି ଅରୁଣ କହିଛନ୍ତି ।(ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result