No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆର.ଉଦୟଗିରିରେ ଉଜ୍ଜଳା ଦିଦିଙ୍କ ତରଫରୁ ଉଜ୍ଜଳା ମା ସମେତ ବୃଦ୍ଧ ବୃଦ୍ଧା,ଦିବ୍ୟାଙ୍ଗ, ମହିଳାଓଶିଶୁ ମାନଙ୍କୁ ମାସ୍କ, ସାନିଟାଏଜର ଓ ହେଣ୍ଡୱାସ ପ୍ରଭୁତି ବଣ୍ଟନ କରିଥିଲେ l ବିଶ୍ଵବ୍ୟାପି ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ଯେଉଁଭଳି ଭାବେ ତାର କାୟା ବିସ୍ତାର କରିଚାଲିଛି ତାକୁ ରୋକିବା ଲାଗି ସତର୍କତା ଓ ସଚେତନତା ହିଁ ଏହାର ଏକ ମାତ୍ର ବିକଳ୍ପ ବୋଲି କରୋନା ବିଶେଷଜ୍ଞ ମାନେ ମତପ୍ରକାଶ କରିଛନ୍ତି l ବିଶେଷକରି ଏହି ସାମାଜିକ ସଂକ୍ରମଣ ରୁ ଜନସାଧାରଣ କିପରି ରକ୍ଷା ପାଇପାରିବେ ସେଥିଲାଗି ସରକାରଙ୍କ ପକ୍ଷରୁ ବିଭିର୍ଣ୍ଣ ମାଧ୍ୟମରେ ସଚେତନ କରାଯାଉଛି l ହେଲେ ଏହି ଲକଡାଉନ ପ୍ରଭାବରେ ପ୍ରଭାବିତ ହେଉଛନ୍ତି ବିଶେଷକରି ବୟସ୍କ ବ୍ୟକ୍ତି , ଛୋଟଶିଶୁ , ମାନସିକ ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତି ! କରୋନା ଭୁତାଣୁଦ୍ୱାରା ରକ୍ଷା ପାଇବାପାଇଁ ସାମାଜିକ ଦୂରତ୍ୱ, ନିୟମିତ ହାତଧୁଆ ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ବହୁ ଜନସାଧାରଣ ଅର୍ଥ ଅଭାବରୁ ମାସ୍କ ଓ ସାନିଟାଏଜର ବ୍ୟବହାରରୁ ବଞ୍ଚିତ ହେଉଛନ୍ତି l
ତେଣୁ ଏହାକୁ ଦୃଷ୍ଟିରେ ରଖି ଆର.ଉଦୟଗିରି ଉଜ୍ବଳାଦିଦି ମାୟାଦେବି ମଣ୍ଡଳଙ୍କ ଉଦ୍ୟମରେ ସହରରେ ଥିବା ବିଭିର୍ଣ୍ଣ ସାହିମାନଙ୍କରେ ରହୁଥିବା ବୟସ୍କବ୍ୟକ୍ତି , ବୁଦ୍ଧିଜୀବି , ମହିଳାମା , ଛୋଟଶିଶୁ ଓ ନିରୀହ ଅସହାୟମାନଙ୍କୁ ମାସ୍କ , ସାନିଟାଏଜର , ସାବୁନ ଓ ହେଣ୍ଡୱାସ ବଣ୍ଟନ କରିଛନ୍ତି l ସେହିପରି ଉଜ୍ୱଳାଦିଦି ମାୟାଦେବୀ ଉଜ୍ୱଳା ମାମାନେ ଗ୍ୟାସ ସିଲିଣ୍ଡର ନେବାକୁ ଆସିଲେ ସମସ୍ତଙ୍କୁ ଏହି ଉପକରଣ ମାଗଣାରେ ବଣ୍ଟନ କରାଯିବାସହ ମାସ୍କ ପିନ୍ଧିବା , ସାନିଟାଏଜର ଓ ହେଣ୍ଡୱାସ କରିବାର ଉପାୟ ଓ କରୋନା ମହାମାରୀର ମୁକାବିଲା କିଭଳି କରିବେ ସେଦିଗରେ ସ୍ଥାନୀୟ ଉଜ୍ବଳା ମାମାନଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକର୍ମରେ ଆର.ଉଦୟଗିରି ଉଜ୍ବଳାଦିଦି ମାୟାଦେବୀ ମଣ୍ଡଳ ଓ ତାଙ୍କ ସହଯୋଗୀ ଟିକି ଦଳାଇ ଓ ଦୁଃଖୀ ନାୟକ ଉପସ୍ଥିତରହି ଏହି କାର୍ଯ୍ୟକର୍ମରେ ସହଯୋଗ କରିଥିଲେ l ଏବଂ ଆଗାମୀ ଦିନରେ ଆର.ଉଦୟଗିରି ଉଜ୍ବଳାଦିଦି ମୀରାଦେବୀ ମଣ୍ଡଳ ସହର ଓ ଏହାର ଅଖପାଖ ଅଞ୍ଚଳରେ ରହୁଥିବା ଅସହାୟ , ଦିବ୍ୟାଙ୍ଗ, ବିକୃତମସ୍ତିଷ୍କ ଓ ନିରୀହ ଗରିବଲୋକଙ୍କ ଘର ଘର ବୁଲି ରନ୍ଧାଖାଦ୍ୟ ପ୍ରଦାନ କରିବାସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ଶ୍ରୀମତୀ ମଣ୍ଡଳ ସୂଚନା ଦେଇଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result