No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ରାୟଗଡ/ଗଜପତି :- ରାୟଗଡ ବ୍ଲକରେ କୋଭିଡ ଟୀକାକରଣ ଅଭିଯାନ ରେ ରାୟଗଡ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇ 45 ବର୍ଷରୁ ଉର୍ଦ୍ଧ ଲୋକେ କୋଭିଡ ଟୀକାର ପ୍ରଥମ ଡୋଜ ନେବା ସକାଶେ ଗାଁ ଗାଁରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତେଚନ କରୁଥିବା ଦେଖିବାକୁ ମେଳୁଛି.ରାୟଗଡ ବ୍ଲକର ବିଭିନ୍ନ ପଂଚାୟତରେ ଟୀକା କରଣ କୁ ନେଇ ଏକ ମାଇକ୍ରୋ ପ୍ଲାନ କରି ଏହି ମାସ 2ତାରିଖ ଠାରୁ 9ତାରିଖ ଯାଏ ଏହି କାର୍ଯ୍ୟକ୍ରମ କ୍ରମ କରିବାକୁ ନିଷ୍ପତି ନିଆଯାଇଛି.ଆଜି ରାୟଗଡ ଓ କେରାଣ୍ଡି ପଂଚାୟତର ଓୟା ଗ୍ରାମ ଠାରେ ଟିକାକରଣ ରେ 117 ଜଣ ଙ୍କୁ 45ବର୍ଷ ରୁ ଉର୍ଦ୍ଧ ଲୋକେ କୋଭିଡ ର ପ୍ରଥମ ଡୋଜ ଟୀକା ନେଇଥିବା ଜଣାପଡିଛି.

ଆସନ୍ତା କାଲି ସାନତୁଣ୍ଡି ପଂଚାୟତ ର କଇଥପଦର ଓ ଗଣ୍ଡାହତୀ ଠାରେ ଟୀକା କରଣ ହେବ. ସେଥି ପାଇଁ ବ୍ଲକ ପ୍ରଶାସନ ର ବିଭିନ୍ନ ଅଧିକାରୀ ମାନେ ଯାଇ ସେଠାକାର ସରପଞ୍ଚ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରୁଛନ୍ତି. ସେହିଭଳି ଏହି ମାସ 4ତାରିଖ ରେ କୁମଳାସିଂ ଓ କରଡ଼ାସିଙ୍ଗି,5ରେ ମର୍ଲବା ଓ ପୁତାର,7ତାରିଖରେ ଜଲାଙ୍ଗ ଓ ଲାଇଲାଇ, 8 ତାରିଖରେ ଏସ କରଡ଼ାସିଙ୍ଗି ଓ ଏଙ୍ଗାରସିଙ୍ଗି,9 ତାରିଖରେ ଜିରାଙ୍ଗ ପଂଚାୟତ ର ଗାଲଗଣ୍ଡା ଓ ଡ଼ମ୍ବାଲ ପଂଚାୟତ ଠାରେ ଟୀକା କରଣ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ 45ବର୍ଷରୁ ଉର୍ଦ୍ଧ ଲୋକେ ସମସ୍ତେ ଟିକା ନେବାପାଇଁ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ ଲୋକଙ୍କୁ ଅନୁରୋଧ କରିଛନ୍ତି l ଉକ୍ତ ଡକାଵାଜିଯନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ରେ ବ୍ଲକ ପେସା କର୍ଡିନେଟର ଶ୍ରୀଧର ଦାସ ଲୋକଙ୍କୁ ପ୍ରଚାର କରି ସଚେତନ କରିଥିଲେ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

No Result
View All Result