No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ମଇ ସୋମବାର )ହିଞ୍ଜିଳିକାଟୁ :- ସମଗ୍ର ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଘାତକ ସାଜିଛି । ସମଗ୍ର ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହାକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଏକମାତ୍ର ପନ୍ଥା ହୋଇଥିବା ବେଳେ ସରକାରଙ୍କ ଏକମାତ୍ର ଅସ୍ତ୍ର ଭାବେ ଲକଡ଼ାଉନ ଘୋଷଣା କରି ଚାଲିଛନ୍ତି । କରୋନାର ମୁକାବିଲା କରିବା ପାଇଁ ସରକାର କଠୋର ପଦକ୍ଷେପ ଭାବେ ନାଇଟକର୍ଫ୍ୟୁ ସମେତ ଲକଡ଼ାଉନ, ସପ୍ତାହନ୍ତ ସଟଡ଼ାଉନ ଜାରି ରଖିଛନ୍ତି । ଗତ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଲକଡ଼ାଉନ ଚାଲିଛି । ଦ୍ୱିତୀୟ ଲହରର ସପ୍ତାହନ୍ତ ସଟଡ଼ାଉନର ପ୍ରଭାବରେ ହିଞ୍ଜିଳିକାଟୁ ସହରରେ ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଲୋକେ ସରକାର ଓ ପ୍ରଶାସନର କଟକଣାକୁ ମାନି ଘରୁ ବହୁ ଲୋକେ ଘରୁ ବାହାରକୁ ବାହାରିନଥିଲେ । ସପ୍ତାହନ୍ତ ସଟଡ଼ାଉନର ଦୁଇ ଦିନ (ଶନି ଓ ରବିବାର) ହିଞ୍ଜିଳିକାଟୁ ସହରାଂଚଳରେ ପୁରାପୁରି ଶାନ୍ତିପୁର୍ଣ୍ଣ ରହିଥିଲା ।
ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ପୂର୍ବରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଜନ ସାଧାରଣଙ୍କୁ ସଚେତ୍ନ କରାଯାଇଥିବାରୁ ଅତ୍ୟାବଶ୍ୟକ ନଥିଲେ ଲୋକେ ଘରୁ ବାହାରକୁ ବାହାରିନଥିଲେ । ସ୍ଥାନୀୟ ତହସିଲଦାର ପ୍ରଭାତ କୁମାରା ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୁଲିସ ଓ ପୌର ପ୍ରଶାସନ ସହର ପରିକ୍ରମା କରି ସଚେତନ କରୁଥିବାର ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ହିଞ୍ଜିଳିକାଟୁ ସହରାଂଚଳରେ ସଟଡ଼ାଉନ ପ୍ରଭାବରେ ରାଜରାସ୍ତା ଓ ଦୋକାନ ବଜାର ସମ୍ପୁର୍ଣ୍ଣ ଶୁୂନଶାନ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଥାନା ଏସ.ଆଇ ବାସୁଦେବ ଭୋଇଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ସାଇରନ ମାରି ସହର ପରିକ୍ରମା କରୁଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକରେ ଯାଂଚ କଡ଼ାକଡ଼ି କରାଯାଇଥିଲା । ହିଞ୍ଜିଳିକାଟୁ ସହରବାସୀ ଏହି ସଟଡ଼ାଉନକୁ ସମ୍ପୁର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result