No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର )ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ଆରା.ଉଦୟଗିରି ପୋଲିସ ପକ୍ଷରୁ ଆଜି ଶିଆଳିଲଟି ପଞ୍ଚାୟତର ଖମ୍ଭାରୀସାହି ଗ୍ରାମ ଠାରେ ଆର.ଉଦୟଗିରି ପୁଲିସ ଏସଆଇ ମୁକେଶ ଲାକ୍ରା ଏବଂ ପୋଲିସ ଷ୍ଟାପ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ହିରୋହଣ୍ଡା CD100 SS ମଟର ସାଇକେଲରେ ଜରିବସ୍ତାରେ ଧରି ଯାଉଥିବା ସମୟରେ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ଅଖାରେ ଗଞ୍ଜେଇ ଥିବା ଦେଖିଥିଲେ । ଗଞ୍ଜେଇ ସହ ଗାଡି ଏବଂ ଗଞ୍ଜେଇ ବେପାରି ଗିରଫ କରିଥିଲେ । ଗଞ୍ଜେଇ ଧରି
ଯାଉଥିବା ବେପାରି ନାମ ଅଡବା ଥାନା ଅନ୍ତରବା ଗ୍ରାମର କାଈନା ପାଲ (୪୫) । ଜବତ କରାଯାଇଥିବା ଗଞ୍ଜେଇକୁ ରା,ଉଦୟଗିରି ତହସିଲଦାର ସ୍କୁତି ରଞ୍ଜନ ଶତପଥିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ୩୦ କେଜି ୨୦୦ ଗ୍ରାମ ହୋଇଥିଲା । ଏହାର ଅନୁମାନିକ ମୂଲ୍ୟ ଏକ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ ପ୍ରକାଶ କରିଛି । ଏ ନେଇ ଆର.ଉଦୟଗିରି ଥାନାରେ ୬୩\୨୧ଏକ ମକଦ୍ଦମା ରୁଜୁ କରି ସୋମବାର ଦିନ ଗଞ୍ଜେଇ ବେପାରିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆର.ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର ପଣ୍ଡା ସୁଚନା ପ୍ରଦାନ କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result