No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୮ ମଇ, ଶୁକ୍ରବାର ) ହିଞ୍ଜିଳିକାଟୁ :- ସପ୍ତାହନ୍ତ ସଟଡ଼ାଉନ ପୂର୍ବରୁ ଶୁକ୍ରବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପରିବା ବଜାରରେ କରୋନା କଟକଣାକୁ ଫୁ କରି ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ପରିବା ବଜାରକୁ ଦେଖିଲେ ସତେ ଯେପରି ଲାଗୁଥିଲା ମହାମାରୀ କରୋନା ଭୁତାଣୁ ସଂକ୍ରମଣ କିଛି ନାହିଁ । ସ୍ଥାନୀୟ ପରିବା ବଜାରରେ ଗ୍ରାହକଙ୍କ ଭିଡ଼ ଦେଖିଲେ ମନେ ହୁଏ ସାମାଜିକ ଦୂରତ୍ୱ ରକ୍ଷାତ ଦୂରର କଥା, ଲୋକେ ଦେହକୁ ଦେହ ଲଗାଇ ପରିବା ବଜାରରୁ ପରିବା କିଣିବା ସହ ଅଯଥା ଗହଳି ଚହଳି କରୁଛନ୍ତି । ଲକଡ଼ାଉନକୁ ସତେ ଯେପରିକି କାହାରି ଖାତିର ନାହିଁ । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବେସରକାରୀ ଭାବେ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ଏହି ବିପଦ ପ୍ରତି ଲୋକେ ଯେତିକି ସତର୍କ ରହିବା କଥା , ତାହାର କାଣିଚାଏ ମଧ୍ୟ ପରିଲିକ୍ଷିତ ହେଉନି ।
ହିଂଜିଳିକାଟୁ ଅଂଚଳରେ କରୋନା ସ୍ଥିତି ସଂଘାତିକ ଆଡ଼କୁ ଗତି କରୁଥିବା ବେଳେ ଲୋକେ କିନ୍ତୁ ସୁଧୁରିବାର ନାଁ ଧରୁ ନାହାନ୍ତି । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନାଇଟକର୍ଫ୍ୟୁ, ସପ୍ତାହନ୍ତ ସଟଡ଼ାଉନ (ଶନି ଓ ରବିବାର) ଓ ଲକଡ଼ାଉନ ଜାରି କରିଛନ୍ତି । ସପ୍ତାହନ୍ତ ସଟଡ଼ାଉନରେ ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ସପ୍ତାହନ୍ତ ସଟଡ଼ାଉନ ପୂବ ଦିନ ଅର୍ଥାତ ଶୁକ୍ରବାର ବହୁ ଲୋକେ ଆବଶ୍ୟକ୍ୟୀୟ ସାମଗ୍ରୀ କିଣି ଘରକୁ ବୋହିନେଉଥିବାର ଦେଖିବାକୁ ମିଳୁଛି । ସତେ ଯେପରିକି ଦୀର୍ଘ ଦିନ ପାଇଁ ବଜାର ବନ୍ଦ ରହୁଛି, ସେଥିଲାଗି ବଜାରରୁ ଜିନିଷ ପତ୍ର ବୋହିବାରେ ଲାଗୁଛନ୍ତି । ସହରର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ମଧ୍ୟ ଦେଖିବାକୁ ମିଳୁଛି । କେବଳ ପ୍ରଶାସନ୍ଖଳ ଅଧିକାରୀ ମାନଙ୍କ ବଜାର ପରିଦର୍ଶନ କରୁଥିବା ବେଳେ ପଂଚସୂତ୍ରୀ ନିୟମ ପାଳନ କରାଯାଉଛି, ଅବଶିଷ୍ଟ ସମୟରେ ଯଥା ପୂବଂ ତଥା ପରଂ । ଅନୁରୂପ ଭାବେ ଗ୍ରାମାଂଚଳରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ରକ୍ଷାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । ଲୋକେ ଅକାରଣରେ ଆମ୍ବ ତୋଟା, ବିଲ, ଧାନଖଳା ଇତୃାଦିରେ ବସି ଗୁଲିଖଟି ସାଙ୍ଗକୁ ତାସ ଖେଳୁଥିବାରେ ଦେଖିବାକୁ ମିଳୁଛି । କିଛି ଅମାନିଆ ବିନା କାରଣରେ ବାହାରେ ବୁଲୁଥିବା ନଜିର ରହିଛି । ଏପରିକି କିଛି ଅମାନିଆ ବ୍ୟବସାୟୀ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ କବାଡ଼କୁ ଅଧା ଖୋଲି ବ୍ୟବସାୟ ଚଲାଇଥିବା ଜଣାପଡ଼ିଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଯେତେ ସଚେତନତା, ଏନଫୋର୍ସମେଂଟ କରାଯାଉଥିଲେ ମଧ୍ୟ ଲୋକେ କିନ୍ତୁ ମାନିବାକୁ ନାରାଜ । ସଂକ୍ରମଣକୁ ଅଣଦେଖା କରି ଏବଂ କଟକଣାକୁ ପାଳନ ନକଲେ ଆଗାମୀ ଦିନରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ଆଶତୀତ ଭାବେ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result