• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସରକାରଙ୍କ ଦ୍ୱାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
May 28, 2021
in ଓଡ଼ିଶା, କରୋନା, ମହାନଗର, ହୋମ୍
0
ରାଜ୍ୟ ସରକାରଙ୍କ ଦ୍ୱାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ
Share on FacebookShare on TwitterWhatsapp

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତୁ୍ୟ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ /ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ୱର ଜିଲ୍ଲାରେ ‘ଇ.ପି.ଏ. ୱିକ୍‌ଲ’ ର ପ୍ରତିନିଧି ସ୍ୱର୍ଗତ ସୋଲୋମାନ୍‌ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିଡ୍‌ରେ ମୃତୁ୍ୟବରଣ କରିଥିବା ୬ ଜଣ ସାମ୍ବାଦିକ କୋଭିଡ୍‌ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ।

ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ଇ-ନିୁ୍ୟଜ୍‌’ର ଗଜପତି ପ୍ରତିନିଧି କେ. ସି. ରନିମ୍‌,’ସମାଜ’ର ଗଞ୍ଜାମ ପ୍ରତିନିଧି ପି୍ରୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟି’ର ଫୁଲବାଣୀ ପ୍ରତିନିଧି ତାରିଣୀ ଚରଣ ପାଢ଼ୀ, ‘ନୁ୍ୟଜ୍‌-୧୮’ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନ, ‘ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧି ପ୍ରତାପ କୁମାର ଦାସ ଏବଂ ‘ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧି ନବୀନ ନନ୍ଦ ଗନ୍ତାୟତ । ଭୁବନେଶ୍ୱରଠାରେ ‘ନିତିଦିନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ ଖବରକାଗଜର ପ୍ରତିନିଧି ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତୁ୍ୟ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି । ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପନିୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧିର ଚିକିତ୍ସା ତଥା ଅକାଳ ମୃତୁ୍ୟ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି ା ସାଧାରଣ କାରଣରୁ ମୃତୁ୍ୟ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତୁ୍ୟ ପାଇଁ କୋଭିଡ୍‌ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏତଦ୍‌ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାି’ ଅନ୍ତର୍ଗତ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଏଯାବତ୍‌ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି ।

ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି । ସଂପ୍ରତି କୋଭିଡ୍‌ ଦ୍ୱିତୀୟ ଲହରରେ ଜିଲ୍ଲାସ୍ତରରେ ବହୁ କର୍ମଜୀବୀ ସାମ୍ବାଦିକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ସାମ୍ବାଦିକମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର

ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର

October 31, 2026
ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ

ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ

October 30, 2026
Odisha poised to emerge as a global investment  destination : Dr Mukesh Mahaling

ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ

October 30, 2026
Odisha poised to emerge as a global investment  destination : Dr Mukesh Mahaling

Odisha poised to emerge as a global investment destination : Dr Mukesh Mahaling

October 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର

ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର

October 31, 2026
ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ

ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ

October 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version