No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ନୟାଗଡ :- ନୟାଗଡ ଜିଲ୍ଲାରୁ ଆଉ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ୭୩ ବର୍ଷୀୟା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ ସୂଚନା ମିଳିଛି । ମୃତ୍ୟୁ ବରଣ କରିଥିବା ମହିଳା ଜଣଙ୍କ ଲିଭର ଜନିତ ସମସ୍ୟା ସହ, ଉଚ୍ଚ ରକ୍ତଚାପ ଜନିତ ରୋଗ ସହ କିଡ଼ନୀ ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।
ତେବେ ନୂତନ ସଂକ୍ରମିତ ମାନେ ଜିଲ୍ଲାର ଗଣିଆ, ଓଡଗାଁ, ଦଶପଲ୍ଲା, ଭାପୁର, ରଣପୁର, ନୟାଗଡ ବ୍ଲକ ସମେତ ନୟାଗଡ ମୁନିସିପାଲିଟି ଅଂଚଳର ବୋଲି ଜଣାପଡିଛି । ତେବେ ଏଥିରେ କେହି ଭୟଭୀତ ହେବାର ନାହିଁ ବରଂ ଜିଲ୍ଲା ବାସୀ କୋଭିଡ ଗାଇଡ଼ ଲାଇନର ଅନୁପାଳନ କରନ୍ତୁ ବିଶେଷ କରି ସମସ୍ତେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱକୁ ମାନନ୍ତୁ ଆଉ ସେମିତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ଆଦୌ ବାହାରନ୍ତୁ ନାହିଁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗଭୀର ନିବେଦନ କରାଯାଇଛି ।
ତେବେ କିଛି ଅମାନିଆ ବ୍ୟବସାୟୀ ସାମାଜିକ ଦୂରତ୍ୱକୁ ନମାନି ବ୍ୟବସାୟ କରୁଥିବା ଅଭିଯୋଗ ପାଇ ନୟାଗଡ ମୁନିସିପାଲିଟିର ୱାରେଣ୍ଟ ଅଫିସର ନାରାୟଣ ନାୟକ, ଗଜେନ୍ଦ୍ର ମହାରଣା, ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଓଡଗାଁ ଛକର ଦୁଇଟି, ତ୍ରିନାଥ ଛକର ଗୋଟିଏ ଏବଂ ଗୋଟିଏ ଲୁଗା ଦୋକାନ ଚଢ଼ାଉ କରି ସେମାନଙ୍କ ଜିନିଷ ପତ୍ର ଜବତ କରିବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ଉକ୍ତ ଦୋକାନ ଗୁଡିକୁ ସିଜ କରି ଦେଇ ଥିବା ଜଣାପଡିଛି। (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result