No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକର ଇଦୁଡି ଗ୍ରାମ ଠାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ର ଜନ ନାୟକ ପାରଳା ର ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ମହାପ୍ରାୟଣ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଯୁବରାଣୀ ସୁଶ୍ରୀ କଲ୍ୟାଣୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଟାଉନ୍ ବିଜେଡି ସଭାପତି ରଘୁରାମ ସାହୁ ପୂର୍ବତନ ପୌରାଧ୍ୟକ୍ଷ ଏମ୍ , ସୁଧାରାଣୀ ଭାସ୍କର ରାଓ ଗଣମାଧ୍ୟମ ପ୍ରତିନିଧି ରାଜେଶ ପଟନାୟକ, ଆନନ୍ଦ ପାତ୍ର, ରାଜେଶ ମିଶାଲ୍ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତି ଚରଣ କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result