No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ କରୋନା ମୁକାବିଲା ପାଇଁ ଜୁମ ଆପ୍ ମାଧ୍ୟମରେ ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି।ଲୋକମାନଙ୍କୁ କରୋନା ସଚେତନତା କରିବା ସହ ପ୍ରତ୍ୟେକ ଘରେ ପହଞ୍ଚି ମାସ୍କ ବଣ୍ଟନ,ଅସହାୟ , ନିରାଶୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, କରୋନା ମହାମାରୀ ସମୟରେ ରକ୍ତ ର ଅଭାବ ଦୂରୀକରଣ ପାଇଁ ରକ୍ତଦାନ ଶିବିର ଆୟୋଜନ,
ଏବଂ ଆଗାମୀ ବର୍ଷା ଋତୁରେ ବୃକ୍ଷ ରୋପଣ କରାଯିବା ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ୱାରୋପ କରିଥିଲେ।ଏହି ଭର୍ଚୁଆଲ ମିଟିଂ ରେ ଦଶପଲ୍ଲା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ସମେତ ଜିଲ୍ଲା ଛାତ୍ର ଉପ ସଭାପତି,ନୂଆଗାଁ ,ଦଶପଲ୍ଲା ବ୍ଲକ୍,ଏନ୍ ଏ ସି ,
ଗଣିଆ ବ୍ଲକର ଛାତ୍ର ସଭାପତି ଙ୍କ ସମେତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ପ୍ରତି ପଞ୍ଚାୟତ ରୁ ତିନି ଶହ ଛାତ୍ର କର୍ମକର୍ତ୍ତା ଯୋଗଦେଇଥିଲେ। ପରିଶେଷରେ ଦଶପଲ୍ଲା ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବିଧାୟକ ଙ୍କ ଦ୍ଵାରା ଗୁରୁତ୍ୱାରୋପ କରାଯାଇଥିବା କାର୍ଯ୍ୟ ଗୁଡ଼ିକ ର ସଫଳତା ପାଇଁ କାର୍ଯ୍ୟ କରିବେ ବୋଲି ମିଟିଂ ରେ ଯୋଗଦେଇଥିବା ଛାତ୍ର କର୍ମକର୍ତ୍ତା ମାନେ ମତପ୍ରକାଶ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result