No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ହିଞ୍ଜିଳିକାଟୁ :- ଗତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବିକା ବହୁ ମାତ୍ରାରେ କ୍ଷତି ସହିାବାକୁ ପଡ଼ିଥିଲା । ବହୁ କ୍ଷୁଦ୍ର ବ୍ୟବସାୟୀ ସୋମନଙ୍କ ଜୀବିକା ହରାଇଥିବା ବେଳେ ବହୁ ବ୍ୟବସାୟୀ ନିଜର ବୃତିଗତ ବ୍ୟବସାୟକୁ ବନ୍ଦ କରି ଶ୍ରମିକ ସାଜି ବାହାର ରାଜ୍ୟକୁ ଚାଲି ଯାଇଥିଲେ । ବର୍ତମାନ ପରିସ୍ଥିତିରେ ଅଂଟା ସଳଖି ଠିଆ ହେବାକୂ ପ୍ରସ୍ତୁତ ହେଉଥଇବା ବେଳେ କରୋନାର ଦ୍ୱିତୀୟ ଲହର ପୁଣି ଥରେ ଶତୃ ସାଜି ସମ୍ମୁଖରେ ଠିଆ ହୋଇଛି । ଏଭଳି ସ୍ଥିତିରେ ଚଳିତ ବର୍ଷ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଦୁଗ୍ଧ ବ୍ୟବସାୟୀ ଓ ଗୋଳାଳକ ପରିବାର । ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହୁଥିବାରୁ ପୂର୍ବଭଳି କ୍ଷୀର ଓ କ୍ଷୀରରୁ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି ହୋଇପାରୁନି ।
ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବହୁ ଗୋପାଳକ ପରିବାର ବ୍ୟାଙ୍କରୁ ଋଣ ନେଇ ଦୁଡଧିଆଳି ଗାଇ କିଣିବା ସହ ଗାଇ ପାଳନ କରି ଦୁଗ୍ଧ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ନିକଟବର୍ତି ଅଂଚଳର ବହୁ ଗୋପାଳକ ଶହ ଶହ ଲିଟର କ୍ଷିର ଧରି ପ୍ରତ୍ୟହ ହିଞ୍ଜିଳିକାଟୁ ସହରକୁ ବିକ୍ରି କରିବା ପାଇଁ ଆସିଥାନ୍ତି । ଲକଡ଼ାଉନ ଜାରି କରାଯାଇଥିବା ଯୋଗୁଁ ଦିନ ୧୧ଟା ମଧ୍ୟରେ କ୍ଷୀର ସାରି ଘରକୁ ଫେରିବାକୁ ପଡ଼ିଥାଏ । କିଛି ବ୍ୟକ୍ତି ମାସିକିଆ ହିସାବରେ କ୍ଷୀର ରଖୁଥିବା ବେଳେ ଅଧିକାଂଶ ଦିନ ବଳକା କ୍ଷୀର ବଜାରରରେ ବିକ୍ରି ହୋଇପାରୁନାହିଁ । ଅନେକ ଗୋପାଳକ ନିଜର ଉତ୍ପାଦିତ କ୍ଷୀରରୁ ଦହି, ଛେନା, ପନିର ତିଆରି କରି ଘରକୁ ଘର ବୁଲି ବିକ୍ରି କରିଥାନ୍ତି । ତଥାପି କ୍ଷୀର ଓ କ୍ଷୀରରୁ ଉତ୍ପାଦିତ ସମାଗୀର ବିକ୍ରିବଟା ପୂର୍ବଭଳି ଜୋର ଧରୁନାହିଁ । ଏଭଳି ପରିସ୍ଥିିତିରେ ଦୁଗ୍ଧ ବ୍ୟବସାୟୀ ଓ ଗୋପାଳକ ପରିବାରର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି ।
ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁୀ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୧ ତାରିଖ ସକାଳ ପର୍ଯ୍ୟନ୍ତ ଲକଡ଼ାଉନ ବଳବତର ରଖିଛନ୍ତି । ଏଭଳି ସମୟରେ ଅତ୍ୟାବ୍ୟାକ ସାମଗ୍ରୀର ଦୋକାନ ବଜାରକୁ ବାଦ ଦୋଲେ ଅନ୍ୟ ସମସ୍ତ ସାମଗ୍ରୀର ଦୋକାନ ବଜାର ସମ୍ପୁର୍ଣ୍ଣ ଭାବେ ବନ୍ଦ ରହୁଛି । ଚାହା, ଜଳଖିଆ, ମିଠା ଦୋକାନ ମଧ୍ୟ ଏଥିରୁ ବାଦ ପଡ଼ିନି । ଗୋଟିଏ ପଟେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଅନ୍ୟପଟେ ବିବାହ, ବ୍ରତ, ଗୃହ ପ୍ରବେଶ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି ଏବଂ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏଭଳି ପରିସ୍ଥିତିରେ ପୂର୍ବ ଭଳି ଓମଫେଡ଼ ଭଳି ସରକାରୀ ସଂସ୍ଥା ସ୍ଥାନୀୟ ଅଂଚଳର ଗୋପାଳକ ମାନଙ୍କ ଠାରୁ କ୍ଷୀରପର୍ଯ୍ୟପ୍ତ ପରିମାଣରେ ଗ୍ରହଣ କରୁନାହିଁ । ଏଭଳି ସ୍ଥିତିରେ ଦୁଗ୍ଧ ବ୍ୟବସାୟୀ ଓ ଗୋପାଳକ ମାନଙ୍କ ଆର୍ଥୀକ ମେରୁଦଣ୍ଡ ଦୋହଲି ଯାଇଛି । ଏ ଦିଗରେ ସରକାର ଦୁଗ୍ଧ ବ୍ୟବସାୟୀ ଓ ଗୋପାଳକ ମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳର ବହୁ ଗୋପାଳକ ନିବେଦନ କରିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result