No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୩ ମେ ରବିବାର ) କବିସୂର୍ଯ୍ୟନଗର :- କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ମାଟିର ସେବା ପାଇଁ ଠିକ ଦୁଇ ବର୍ଷ ପୂର୍ବେ ଅର୍ଥାତ ଆଜିର ଦିନରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଜନତା ଐତିହାସିକ ବିଜୟୀ କରି ଜନତାଙ୍କ ସେବା ପାଇଁ ବିଧାୟିକା ପଦବୀରେ ଅଳଙ୍କୃତ କରିଥିଲେ | ରାଜନୈତିକ ଜୀବନ ଯାତ୍ରାରେ ନିଜକୁ ଲୋକଙ୍କ ସେବାରେ ସମର୍ପି ଦେଇଛି ଦୀର୍ଘ ବର୍ଷ ତଳୁ ‘ଲୋକଙ୍କ ପାଇଁ’ ମନ୍ତ୍ରରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଆହୁରି ବାକି ଅଛି |କରୋନା ମହାମାରୀ ଭିତରେ ମଧ୍ୟ ସାମୁହିକ ବିକାଶ କୁ ଗୁରୁତ୍ୱ ଦେଇ ସବୁ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରାଯାଇଛି |

ଆପଣ ମାନଙ୍କ ଆଶ୍ରିବାଦ ଓ ଭଲପାଇବାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିକାଶ ଜାରି ରହିବ | ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆଶ୍ରିବାଦରୁ ଅନେକ କାର୍ଯ୍ୟ ସାଧନ କରିପାରିଛୁ |ତଥାପି ଗୁଡ଼ାଏ କାମ ବାକି ରହିଛି | ଆପଣମାନଙ୍କ ଠାରୁ ବହୁ ସହଯୋଗ ପାଇଛି ଏବଂ କିଛି ନିନ୍ଦୁକ ଆଉ ସମାଲୋଚନା କରୁଥିବା ଲୋକଙ୍କ ଠୁ କିଛି ଶିଖିବାକୁ ପାଇଛି ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଆଗାମୀ ଦିନରେ ଏ ଭଲପାଇବା ମତେ ଆଗକୁ ଯିବାକୁ ସହାୟକ ହେବ | ସମସ୍ତଙ୍କ ଭଲପାଇବା ଓ ଆଶ୍ରିବାଦ ପାଇଁ କୃତଜ୍ଞ |
No Result
View All Result