• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି

Proprietor Abhimanyu Maharana by Proprietor Abhimanyu Maharana
May 22, 2021
in ଓଡ଼ିଶା, ମହାନଗର, ହୋମ୍
0
ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ଭୁବନେଶ୍ୱର :-  ସଂପ୍ରତି ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଇ ୨୫ ଓ ୨୬ ତାରିଖ ବେଳକୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥଙ୍କ ଉପସ୍ଥିତିରେ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଜି ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ଉପକୂଳବର୍ତୀ ଜିଲ୍ଲା ଯଥା ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର , ଭଦ୍ରକ , ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି ।

ବୈଠକରେ ମୁଖ୍ୟ ଯନ୍ତ୍ରୀ-ବନ୍ୟା ନିୟନ୍ତ୍ରଣ, ମୁଖ୍ୟ ଯନ୍ତ୍ରୀ-ଡ୍ରେନେଜ, ସଂପୃକ୍ତ ଜିଲ୍ଲା ନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର, ଅଧିକ୍ଷଣ ଯନ୍ତ୍ରୀ ଏବଂ ବୃହତ୍‌,ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରାଯାଇ ସେମାନେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କିପରି ପ୍ରସ୍ତୁତି କରିଛନ୍ତି, ସେ ସଂପର୍କରେ ଅବଗତ ହୋଇଥିଲେ । କୌଣସି ପରିସ୍ଥିତିରେ ମଧ୍ୟ ବିଭାଗୀୟ ପ୍ରସ୍ତୁତିରେ ଅବହେଳା ନ କରିବାକୁ ପ୍ରମୁଖ ଶାସନ ସଚିବ ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ପ୍ରକାଶ ଥାଉକି ୨ ଦିନ ପୂର୍ବେ ପ୍ରମୁଖ ଶାସନ ସଚିବ ସଂପୃକ୍ତ ସମସ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ପହଁଚିବା ନେଇ ସଠିକ୍ ସମୟ ଆକଳନ କରାଯାଇ ନଥିଲେ ମଧ୍ୟ ଆଜି ଠାରୁ ବିଭାଗୀୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ(ସେଚ ସଦନ), ସମସ୍ତ ଜିଲ୍ଲାରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହା ମଧ୍ୟ ସର୍କଲ ସ୍ତରରେ ଓ ଡିଭିଜନ ସ୍ତରରେ କାର୍ଯ୍ୟ କରିବ । ଏହି ନିୟନ୍ତ୍ରଣ କକ୍ଷଗୁଡିକ ମଧ୍ୟ ଆଗାମୀ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପୂର୍ତ ବିଭାଗ ଏବଂ ଗ୍ରାମ ଉନ୍ନୟନ ବିଭାଗଙ୍କ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ସହିତ ଏହି ଟେଲିଫୋନ୍ ନମ୍ବର ଯୋଗାଯୋଗ ରଖି କାର୍ଯ୍ୟ କରିବ । କ୍ଷେତ୍ର ସ୍ତରରେ ଥିବା କନିଷ୍ଠ ଯନ୍ତ୍ରୀ, ସହାକାରୀ ନିର୍ବାହୀଯନ୍ତ୍ରୀମାନଙ୍କୁ ଏକ ପକେଟ୍ ଡାଏରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ କି ସେମାନେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କଠାରୁ ଆରମ୍ଭ କରି ସମସ୍ତ ଯନ୍ତ୍ରୀ, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ଥାନୀୟ ସଂରପଂଚଙ୍କ ନମ୍ବର ରଖିବେ ।

ବିଭାଗୀୟ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନେ ହ୍ୱାଟ୍‌ସ୍ ଆପ୍ ଗ୍ରୁପ ମାଧ୍ୟମରେ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ରହି କାର୍ଯ୍ୟ କରିବେ ଓ ଆବଶ୍ୟକ ପ୍ରସ୍ତୁତି କରିବେ । ସେହିପରି ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଟେଲିଫୋନ୍ ଡିରେକ୍ଟୋରୀ ରହିବ ଏବଂ ସେଥିରେ ବିଭାଗୀୟ ଅଧିକାରୀ ଓ ନ୍ତ ଯନ୍ତ୍ରୀମାନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ସହିତ ନମ୍ବର ଉପଲବ୍‌ଧ ହେବ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ରହିଥିବା ମାନବ ସଂବଳ ଓ ମେସିନ୍ ଥିବା ସ୍ଥାନୀୟ କଣ୍ଟ୍ରାକ୍ଟରମାନଙ୍କ ଟେଲିଫୋନ୍ ନମ୍ବର ସମ୍ପୂର୍ଣ୍ଣ ତଥ୍ୟ ସହ ତୁରନ୍ତ ବିଭାଗକୁ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଅଭ୍ୟାସ ଦୃଷ୍ଟିରୁ ଓଡିଶା କନ୍‌ଷ୍ଟ୍ରନ୍ କର୍ପୋରେସନ ଲିଃ(ଓସିସି)କୁ ସେମାନଙ୍କ ପାଖରେ ଥିବା ଏହି ତଥ୍ୟ ମଧ୍ୟ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଛଡାଳ ପଡି ନଦୀବନ୍ଧ ବା ରାସ୍ତା ଅବରୋଧ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭାଗରେ ରହିଥିବା ଗଛକଟା ବା ଗଛଡାଳ କଟା ଯନ୍ତ୍ରଗୁଡିକୁ କାର୍ଯ୍ୟକ୍ଷମ ରଖାଯିବା, ବିଭାଗରେ ଉପଲବ୍‌ଧ ଜେନେରେଟେର ସେଟ୍ ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ଓ ଜଳ ଭଣ୍ଡାରରେ ଜଳର ପରିମାଣ ସଂପର୍କରେ ନିୟମିତ ସୂଚନା ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ କର୍ମଚାରୀମାନେ ଗୁଗୁଲ୍ ସିଟ୍‌ ବ୍ୟବସ୍ଥାରେ ଅପ୍‌ଲୋଡ୍ କରିବେ । ବିଭିନ୍ନ ଛୋଟ ଛୋଟ ନାଳରେ ଥିବା କଲ୍‌ଭର୍ଟ ସ୍ଥାନରେ ଜମି ରହିଥିବା ଦଳ, ଘାସ ଇଦ୍ୟାଦିକୁ ସଫା କରାଯିବା ଆବଶ୍ୟକ, ଯଦ୍ଦ୍ୱାରା କି ଜଳ ପ୍ରବାହ ଅବାଧରେ ହୋଇପାରିବ । ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟଯନ୍ତ୍ରୀ ଡ୍ରେନେଜ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ଫଳରେ ଲଗାଣ ବର୍ଷା ଯୋଗୁଁ ଯେଉଁ ସବୁ ତଳିଆ ଅଂଚଳରେ ବର୍ଷା ଜଳ ଜମି ରହବାର ସମ୍ବାବନା ରହିଛି ଏବଂ ଏ ସଂପର୍କରେ ନିର୍ବାହୀ ଯନ୍ତ୍ରୀମାନଙ୍କର ପୂର୍ବ ଅଭିଜ୍ଞତା ରହିଛି ଓ ଜିଲ୍ଲା ପ୍ରଶାସନ ନିକଟରେ ସେସବୁର ଖବର ରହିଛି, ସେସବୁ ସ୍ଥାନରେ ଜଳ ନିସ୍କାସନ ନେଇ ପ୍ରସ୍ତୁତି ରହିବାକୁ ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ନିର୍ଦ୍ଦେଶ ଅନୁସାରେ କେତେକ ଦୁର୍ବଳ ନଦୀବନ୍ଧ ସ୍ଥାନରେ ଆବଶ୍ୟକ ବାଉଁଶ, ବଲ୍ଲା, ବାଲିବସ୍ତା ଆଦି ମହଜୁଦ ରଖାଯାଇଛି ଓ ଏହି କାର୍ଯ୍ୟ ଜାରି ରହିଛି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର କୁଳିଆ ଅଂଚଳରେ ଲୁଣି ପାଣି ପ୍ରବେଶକୁ ରୋକିବା ପାଇଁ ସ୍ଲୁଇସ୍ ଗେଟ୍‌ଗୁଡିକୁ ବନ୍ଦ ରଖାଯିବା ଓ ପରିସ୍ଥିତି ସୁଧୁରିଲେ ଉପରପାଣି ନିସ୍କାସନ ପାଇଁ ସ୍ଲୁଇସ୍ ଗେଟ୍‌ ଖୋଲିବା ବ୍ୟବସ୍ଥା କରାଯିବ । ଏଥି ସହିତ ବିଭିନ୍ନ ଡ୍ୟାମର ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀମାନେ ୨୪ଘଣ୍ଟିଆ ପାଟ୍ରୋଲିଂ କରିବେ ଏବଂ ଆବଶ୍ୟକତା ଅନୁସାରେ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପରାମର୍ଶ କ୍ରମେ ଜଳଭଣ୍ଡାର ଗେଟ୍ ଗୁଡିକ ଖୋଲାଯିବ ା ଗେଟ୍‌ଗୁଡିକର ପରିଚାଳନା ପାଇଁ ଜେନେରେଟର କାର୍ଯ୍ୟକ୍ଷମ ରଖାଯିବା ଓ ଏହାର ପରିଚାଳକ ପ୍ରସ୍ତୁତ ରହିବା ସହିତ କ୍ଷୁଦ୍ର ଜଳ ଭଣ୍ଡାର ଗୁଡିକ ପରିଚାଳନା ପାଇଁ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନଙ୍କୁ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜଳ ପ୍ରହାହକୁ ଅବାଧ କରାଯିବା ପାଇଁ ଆଡି ବନ୍ଧଗୁଡିକର ସ୍ଲୁଇସ୍‌ଗେଟ୍ ଖୋଲା ରଖାଯିବା, ବନ୍ୟା ନିୟନ୍ତ୍ରଣ କକ୍ଷକୁ ସଂପୃକ୍ତ ସମସ୍ତେ ନିଶ୍ଚିତ ଭାବେ ସମୟାନୁସାରେ ବନ୍ୟା, ବାତ୍ୟା ସଂପର୍କିତ ବାର୍ତା ପ୍ରେରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସଦର ମହକୁମା ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଏହି ୧୦ଟି ଜିଲ୍ଲା ବ୍ୟତୀତ ସଂଲଗ୍ନ ଜିଲ୍ଲାଗୁଡିକର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସେମାନଙ୍କର ସଦରମହକୁମା ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯଦ୍ଦ୍ୱାରା କି ସେମାନେ ଆବଶ୍ୟକ ସମୟରେ ପ୍ରଭାବିତ ନିକଟସ୍ଥ ଜିଲ୍ଲାକୁ ମୁତୟନ ହୋଇପାରିବେ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିଭାଗର ବରିଷ୍ଠ ପଦାଧିକାରୀ ବିଭିନ୍ନ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ବୈଠକରୁ ଜଣାଯାଇଛି ଓ ଏହି କ୍ରମରେ ବାଲେଶ୍ୱର ଜିଲ୍ଲାକୁ ବିଭାଗୀୟ ବରିଷ୍ଠ ଅଧିକାରୀ ଗସ୍ତ କରିଥିବା ଜଣାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version