• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ସ୍ମାର୍ଟ ସ୍କୁଲ’ ଯୋଜନାରୁ କୋରାଇ ଉଚ୍ଚବିଦ୍ୟା ପୀଠ ବାଦପଡିବା ନେଇ ଅସନ୍ତୋଷ ଯୋଜନାଭୁକ୍ତ କରାଯିବାକୁ ଜିଲାପାଳଙ୍କୁ ନିବେଦନ  

Proprietor Abhimanyu Maharana by Proprietor Abhimanyu Maharana
May 20, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
‘ସ୍ମାର୍ଟ ସ୍କୁଲ’ ଯୋଜନାରୁ କୋରାଇ ଉଚ୍ଚବିଦ୍ୟା ପୀଠ ବାଦପଡିବା ନେଇ ଅସନ୍ତୋଷ ଯୋଜନାଭୁକ୍ତ କରାଯିବାକୁ ଜିଲାପାଳଙ୍କୁ ନିବେଦନ  
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) କୋରାଇ :- ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଲାଗି ରାଜ୍ୟ ସରକାର ‘ସ୍ମାର୍ଟ ସ୍କୁଲ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମେ ସ୍କୁଲଗୁଡିକର ଭିତିଭୂମି ବିକାଶ ପାଇଁ ରାଜ୍ୟର ସ୍କୁଲ ଗୁଡିକ ଚିହ୍ନଟ କରାଯାଇଛି । ଏହି କ୍ରମରେ ଯାଜପୁର ଜିଲାର କୋରାଇ ଶିକ୍ଷାମଣ୍ଡଳ ଅଧିନରୁ ୭ଟି ସ୍କୁଲ ଚିହ୍ନଟ ହୋଇଛି । ହେଲେ କୋରାଇ ବ୍ଲକର ସଦର ମହକୁମସ୍ଥିତ ଏକ ପୁରାତନ କୋରାଇ ଉଚ୍ଚବିଦ୍ୟା ପୀଠକୁ ଏଥିରୁ ବାଦ ଦିଆଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ କୋରାଇ ଶିକ୍ଷାମଣ୍ଡଳରୁ ଏହି ଯୋଜନା ପାଇଁ ତାଲିକା କରାଯାଇଛି । ସେଥିମଧ୍ୟରୁ ବ୍ୟାସନଗର ପୌରାଂଚଳରୁ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାପୀଠ ଓ ଶଶିଭୁଷଣ ବାଳିକା ଉଚ୍ଚ ବିଦ୍ୟାଳୟ ରହିଥିଲା

ବେଳେ କୋରାଇ ବ୍ଲକରୁ ପଛିକୋଟ ଉଚ୍ଚ ବିଦ୍ୟାପୀଠ, ଅଶୋକ ଦାସ ଉଚ୍ଚ ବିଦ୍ୟାପୀଠ-କନ୍ତୋର, ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠ-ଶଙ୍ଖଚିଲା, ପାଣିକୋଇଲି ଉଚ୍ଚ ବିଦ୍ୟାପୀଠ,ଏଏଲଏ ଉଚ୍ଚବିଦ୍ୟାପୀଠ- ଦୁଲାଖାପାଟଣା ଆଦି ୫ଟି ଉଚ୍ଚ ବିଦ୍ୟାପୀଠକୁ ମିଶାଇ ମୋଟ ୭ଟି ଉଚ୍ଚବିଦ୍ୟାପୀଠକୁ ‘ସ୍ମାର୍ଟ ସ୍କୁଲ’ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ହେଲେ କୋରାଇ ବ୍ଲକର ସଦରମହକୁମାରେ ଥିବା କୋରାଇ ଉଚ୍ଚବିଦ୍ୟାପୀଠକୁ ଏଥିରେ ସାମିଲ କରାଯାଇ ନାହିଁ । ‘ସ୍ମାର୍ଟ ସ୍କୁଲ’ ଯୋଜନାରେ ପ୍ରତ୍ୟେକ ଉଚ୍ଚବିଦ୍ୟାପୀଠକୁ ୧କୋଟି ଟଙ୍କାର ଅନୁଦାନ ମିଳିବ । ସେଥିରେ ବିଦ୍ୟାପୀଠର ଭିତିଭୂମି ବିକାଶ, ଲାଇବ୍ରେରୀ, ଲାବ୍ରୋଟାରୀ, ଉଦ୍ୟାନ, ଖେଳପଡିଆ ଆଦିର ଉନ୍ନତିକରଣ କରାଯିବ । ବିଦ୍ୟାଳୟର ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ୱ ବିକାଶ, ଗୁଣାତ୍ମକ ଶିକ୍ଷାଦାନ, ଭାଷାଗତ ଦକ୍ଷତା ଏବଂ ସର୍ବୋପରି ଜଣେ ଉତମ ନାଗରିକ ହେବାପାଇଁ ସମସ୍ତ ତାଲିମ ପ୍ରଦାନ କରାଯିବାର ଯୋଜନା ରହିଛି ।

ବ୍ଲକରେ କୋରାଇ ଉଚ୍ଚ ବିଦ୍ୟାପୀଠ ଏକ ପୁରାରତନ ବିଦ୍ୟାଳୟ । ଏହା ୧୯୬୩ ମସିହାରୁ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଧ୍ୟୟନକରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ, ରାଜ୍ୟ ତଥା ଜାଲା ସ୍ତରରେ ଟେକ ରଖିଛନ୍ତି । ଏହି କୋରାଇ ଉଚ୍ଚବିଦ୍ୟାପୀଠରୁ ପାଠପଢି କେନ୍ଦ୍ରସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, ପ୍ରାକ୍ତନ ରାଜ୍ୟସଭା ସାଂସଦ ତଥା କୋରାଇ ପୂର୍ବତନ ବିଧାୟକ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ରାଉକେଲ ଷ୍ଟିଲପ୍ଲାଂଟର ଅବସରପ୍ରାପ୍ତ ମହାପ୍ରବନ୍ଧକ କିଶୋର କୁମାର ସାହୁ, ବ୍ୟାସନଗର ସଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶିବଚରଣ ମାଝୀ, କବି ଡକ୍ଟର ଅଶୋକକୁମାର ସିଂହ, ଆଇଆରଏସ ହିମାଦ୍ରୀନାଥ ବିଶ୍ୱାଳ, ବିଚାରପତି ସୁଶାନ୍ତକୁମାର ମିଶ୍ର, ସର୍ବଭାରତୀୟ ବୀମାକର୍ମଚାର ସଂଘ(ଓରିଏଂଟାଲ)ର ସଭାପତି ଶ୍ୟାମସୁନ୍ଦର ମହାପାତ୍ରଙ୍କ ସମେତ ବହୁ ଇଞ୍ଜିନିୟ, ଆଇନିଜୀବୀ, ସାମ୍ବାଦିକ, ରାଜନେତା, ଉଚ୍ଚପଦସ୍ଥ ଅଧିକାରୀ ଆଦି ପ୍ରତିଷ୍ଠିତ ବ୍ୟକ୍ତି ରାଜ୍ୟ ତଥା କୋରାଇ ଅଂଚଳ ପାଇଁ ଗୌରବ ଆଣିଛନ୍ତି ।

ଏବେ ଏହି ଉଚ୍ଚବିଦ୍ୟାପୀଠ ଏକ ନୋଡାଲ ବିଦ୍ୟାପୀଠରେ ପରିଣତ ହୋଇଥିବା ବେଳେ ଏଠାରେ ୮ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷାଅଧ୍ୟୟନ କରୁଛନ୍ତି । ଏଭଳି ଐତିହ ସମ୍ପ ଣ୍ଣ ର୍ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ ‘ସ୍ମର୍ଟ ସ୍କୁଲ’ ଯୋଜନାରୁ ବାଦ ଦିଆଯିବାକୁ ନେଇ ବୁଦ୍ଧିଜୀବୀ ତଥା ଅଂଚଳବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପୁରାତନ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଯୋଜନାରେ ସାମିଲ କରିବାକୁ ଜିଲାପାଳଙ୍କ ସମେତ ଗଣଶିକ୍ଷାମବୀଙ୍କୁ ଅଂଚଳବାସୀ ନିବେଦନ କରିଛନ୍ତି । ଏସଂପର୍କରେ ଜିଲା ଶିକ୍ଷାଧିକାରୀ କୃ୩⁄୪ଚନ୍ଦ୍ର ନାୟକଙ୍କୁ ପଚାରିବାରୁ କାର୍ଯ୍ୟବ୍ୟସ୍ଥତା ହେତୁ ପରେ କହିବାକୁ କହିବାରୁ ତାଙ୍କଠୁ ସଠିକ ତଥ୍ୟ ପାଇବାକୁ ସକ୍ଷମ ହୋଇ ପାରିନାହିଁ । କୋରାଇ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀଙ୍କୁ ଏନେଇ ପଚାରିବାରୁ ଆମର ୧୭ଟି ସରକାରୀ ହାଇସ୍କୁଲ ଅଛି; ସେଥିମଧ୍ୟରୁ ୭ଟି ସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ‘ସ୍ମାର୍ଟ ସ୍କୁଲ’ଯୋଜନାରେ ନିଆଯାଇଛି । ପରବର୍ତୀ ପର୍ଯ୍ୟାୟରେ କୋରାଇ ଉଚ୍ଚବିଦ୍ୟାପୀଠକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ ଶତପଥୀ ପ୍ରତିକ୍ର୍ରିୟାରେ କହିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version